Latest Odisha News

BREAKING NEWS

ଆଇପିଏସ୍ ସ୍ତରରେ ଅଦଳବଦଳ, ଶଫିନ୍ ଅହମ୍ମଦ ହେଲେ କ୍ରାଇମବ୍ରାଞ୍ଚ ଆଇଜି

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୨୦୦୩ ବ୍ୟାଚର ଆଇପିଏସ୍ ଶଫିନ୍ ଅହମ୍ମଦ କେଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତି ମିଳିଛି । ସେ ଏବେ ଏଚଆରପିସି ଆଇଜି ଅଛନ୍ତି ।

ସେହିଭଳି ହେଡକ୍ୱାର୍ଟର ଡିଆଇଜି ୨୦୦୭ ବ୍ୟାଚର ଆଇପିଏସ୍ ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମ୍ ଗାର୍ଡ ଡିଆଇଜି ଭାବେ ନିଯୁକ୍ତ କରାଯାଇଛି । ୨୦୦୮ ବ୍ୟାଚର ଆଇପିଏସ୍ ସତ୍ୟଜିତ୍ ନାଏକଙ୍କୁ ଡିଆଇଜି ଏଚଆରପିସି, ୨୦୧୧ ବ୍ୟାଚର ଆଇପିଏସ୍ କଟକ ଏସପି ଯୁଗଳ କିଶୋରଙ୍କୁ ହେଡକ୍ୱାର୍ଟର ଏଆଇଜି ଭାବେ ସ୍ଥାନାନ୍ତର କରାଯାଇଛି ।

ହେଡକ୍ୱାର୍ଟରରେ ଏସପି ଥିବା ୨୦୧୫ ବ୍ୟାଚର ରାହୁଲ ଜୈନଙ୍କୁ ନୟାଗଡ଼ ଏସପି ଭାବେ ବଦଳି କରାଯାଇଥିବା ବେଳେ ଓଡ଼ିଶା ପୋଲିସ ସର୍ଭିସ ଅଧିକାରୀ ମିହିର କୁମାର ପଣ୍ଡାଙ୍କୁ କଟକ ଏସପି ଭାବେ ନିଯୁକ୍ତି ଦିଆଯାଇଛି ।

Leave A Reply

Your email address will not be published.