Latest Odisha News

BREAKING NEWS

‘ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଲିକ୍’ ରୋକିବାକୁ ସରକାର ନେବେ ଦୃଢ ପଦକ୍ଷେପ

କଟକ : ଚଳିତ ବର୍ଷ ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଫଳ ଲିକ୍ ହେବାର ଅଭିଯୋଗ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ମଙ୍ଗଳବାର ଦିନ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟଳୟରେ ମ୍ୟାଟ୍ରିକ ପରୀକ୍ଷା ଫଳ ଘୋଷଣା କରିବା ଅବସରରେ କହିଛନ୍ତି ଯେ, ଆସନ୍ତା ବର୍ଷଠାରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ଅନିବାର୍ଯ୍ୟ କରାଯିବ ।

ଏହାବ୍ୟତିତ ସମସ୍ତ ପରୀକ୍ଷା ପ୍ରଶ୍ନପତ୍ର ଗୁଡିକରେ ଏକ ସିକ୍ରେଟ୍ କୋଡ୍ ରଖାଯିବ । ଯାହାଫଳରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କେନ୍ଦ୍ର ତଥା ପରୀକ୍ଷାର୍ଥୀଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଆସନ୍ତା ବର୍ଷ ଠାରୁ ଓଟିଇଟି ଓ ଓଏସଟିଇଟି ପରୀକ୍ଷା ଆଦି ଅନଲାଇନରେ ଆୟୋଜିତ କରାଯିବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକସ୍ଥିତ ଏସଏସଡି ହାଇସ୍କୁଲରେ ଗାଏବ ହୋଇଯାଇଥିବା ୧୦୮ଟି ଗଣିତ ଓଏମଆର ସିଟର ମୂଲ୍ୟାଙ୍କନ ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି, ସବଜେକଟିଭ୍ ପେପରରେ ରଖିଥିବା ମାର୍କ ଅନୁପାତରେ ପରୀକ୍ଷାର୍ଥୀମାନଙ୍କୁ ମାର୍କ ଦିଆଯାଇଛି ।

Leave A Reply

Your email address will not be published.