Latest Odisha News

BREAKING NEWS

ମେଡିକାଲ ଶିକ୍ଷା ଓ ତାଲିମ ବିକାଶ ନିମନ୍ତେ ୯୮ ନୂଆ ନିଯୁକ୍ତି…

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷା କ୍ଷେତ୍ରକୁ ନଜର ରେ ରଖି ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ମୋଟ ୯୮ଟି ନୂତନ ସହାୟକ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ଘୋଷଣା କରିଛନ୍ତି।

ସେଥିମଧ୍ୟରୁ ୨୩ଟି ବିଶେଷଜ୍ଞ ବିଭାଗରେ ୯୧ ଜଣ ସହାୟକ ପ୍ରଫେସର ଓ ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ଛଅଟି ସୁପର-ସ୍ପେଶାଲିଟି ବିଭାଗରେ ସାତ ଜଣ ସହାୟକ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଚଳିତ ବର୍ଷ ଫୁଲବାଣୀର ସରକାରୀ ମେଡିକାଲ କଲେଜ ଓ  ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ  କାର୍ଯ୍ୟକ୍ଷମ ହୋଇଛି। ତେବେ ଏହାକୁ ମିଶାଇ ଓଡ଼ିଶାରେ ମୋଟ  ସରକାରୀ ମେଡିକାଲ କଲେଜ  ସଂଖ୍ୟା  ୧୪ ରେ ପହଞ୍ଚିଛି।

କଟକର SCB ମେଡିକାଲ କଲେଜ ରେ ୧୯ ଜଣ ନୂତନ ସହାୟକ ପ୍ରଫେସର ନିଯୁକ୍ତି ପାଇଥିବା ବେଳେ  ବ୍ରହ୍ମପୁରର MKCG ମେଡିକାଲ କଲେଜ ରେ ୨୨ ଜଣ ନିଯୁକ୍ତି ପାଇଛନ୍ତି।ଏଥିସହିତ ତାଳଚେରର PMP ମେଡିକାଲ କଲେଜ ଏବଂ ଭୁବନେଶ୍ୱରର ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (PGIMER) ଏବଂ କ୍ୟାପିଟାଲ ହସ୍ପିଟାଲରେ ଆଠ ଜଣ ଲେଖାଏଁ  ସହାୟକ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଭବାନୀପାଟଣାର SRM ମେଡିକାଲ କଲେଜରେ  ସାତଟି ଓ ବାରିପଦାର PRM ମେଡିକାଲ କଲେଜ ଛଅଟି ଓ  ବାଲେଶ୍ବରର FM ମେଡିକାଲ କଲେଜ ରେ  ଏବଂ ସୁନ୍ଦରଗଡ଼ର ସରକାରୀ ମେଡିକାଲ କଲେଜ ରେ  ଛଅଟି ଲେଖାଏଁ ନିଯୁକ୍ତି ଦିଆଯାଇଛି।

ଏହାବ୍ୟତୀତ କେନ୍ଦୁଝରର ଡିଡି ମେଡିକାଲ କଲେଜରେ ଏବଂ ଫୁଲବାଣୀର ସରକାରୀ ମେଡିକାଲ କଲେଜରେ ପାଞ୍ଚଟି ସହାୟକ ପ୍ରଫେସର ନିଯୁକ୍ତି ପାଇଛନ୍ତି। ଏଥିସହିତ ରାଜ୍ୟର ମେଡିକାଲ କଲେଜ ଗୁଡ଼ିକରେ ବିଭାଗୀୟ ପଦୋନ୍ନତି ମାଧ୍ୟମରେ ୩୮ଟି ପ୍ରଫେସର ପଦବୀ  ଓ ୨୭ଟି ସହଯୋଗୀ ପ୍ରଫେସର ପଦବୀ ପୂରଣ କରାଯାଇଛି। କଟକର ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର (AHPGIC)ରେ ମୋଟ ୧୦ ଜଣ ନୂତନ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବା ସହ କ୍ୟାନ୍ସର ପ୍ରତିଷ୍ଠାନରେ ଜଣେ ପ୍ରଫେସରଙ୍କୁ ବିଭାଗୀୟ ପଦୋନ୍ନତି ଦିଆଯାଇଥିବା ବେଳେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଦୁଇଟି ପଦବୀ ମଧ୍ୟ ପୂରଣ କରାଯାଇଛି।

 

Comments are closed.