ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ଅଭିଯୋଗରେ ସରକାରଙ୍କ ପକ୍ଷରୁ ଜବବା ଦାଖଲ ହୋଇଛି । ଏହି ମାମଲାରେ ହାଇକୋର୍ଟଙ୍କ ନିକଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।
ପୂର୍ବରୁ ବଗଲା ଜମି ବିକ୍ରି ବେଆଇନ୍ ଦର୍ଶାଇ ସାମାଜିକ କର୍ମୀ ଓ ବିଜେପି ନେତାଙ୍କ ପକ୍ଷରୁ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପକ୍ଷରୁ ଦାୟର ହୋଇଥିଲା ମାମଲା । ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ପାଇଁ ଆବେଦନ କରିଥିଲେ ଆବେଦନକାରୀ । ଏଥିସହ ଜଗନ୍ନାଥଙ୍କ ଖାତାକୁ ଜମି ଫେରାଇବା ପାଇଁ ପିଟିସନରେ ଆବେଦନ କରାଯାଇଥିଲା ।
Comments are closed.