Latest Odisha News

BREAKING NEWS

ଟିକା ପାଇଁ ନାଁ ଦେଲେଣି ୯୮% ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର: କରୋନା ଟିକା ପାଇଁ ଏଯାଏଁ ୯୮ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀ ତଥ୍ୟ ଦେଲେଣି । ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ରାଜ୍ୟରେ ୩୬୮୩ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ସଂସ୍ଥାରୁ ଡାଟା ମଗାଯାଇଥିଲା। ସେଥିରୁ ୩୪୬୩ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ସଂପର୍କରେ ଡାଟା ଦେଇଛନ୍ତି। ମୋଟ ୩ ଲକ୍ଷ ୨୭୦୮ ଲୋକଙ୍କ ଡାଟା ଟାର୍ଗେଟ ରହିଛି। ଅକ୍ଟୋବର ୩୧ ସୁଦ୍ଧା ୨ ଲକ୍ଷ ୯୫ ହଜାର ୩୪୯ଜଣଙ୍କ ଡାଟା ମିଳିଛି। ମୋଟ ଉପରେ ୯୪% ସଂସ୍ଥା ଓ ୯୮% ବ୍ୟକ୍ତିଙ୍କ ଡାଟା ମିଳିଛି।

Leave A Reply

Your email address will not be published.