Latest Odisha News

BREAKING NEWS

ଦୋକାନ ଗୁଡ଼ିକୁ ପୁନଃ ଖୋଲିବା ଲାଗି ଓଡ଼ିଶା ସରକାରଙ୍କ ନିଷ୍ପତ୍ତି: ପୋଲିସ କମିଶନର

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦୋକାନ ବଜାର ଖୋଲିବା ସମ୍ପର୍କୀତ ଏକ ବିଜ୍ଞପ୍ତି ଶୁକ୍ରବାର ଦିନ ପ୍ରକାଶ ପାଇବା ପରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଆଜି ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶା ସରକାର ମଧ୍ୟ ଏହି ନିଷ୍ପତ୍ତି ନେବେ।

ସେ ଟୁଇଟ୍ କରି କହିଛନ୍ତି ଯେ, ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯିବ। ଏପରିକି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନଆସିବା ଯାଏଁ ଦୋକାନ ଗୁଡ଼ିକ ବନ୍ଦ ରହିବ।

ଗତକାଲି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ସମସ୍ତ ଦୋକାନକୁ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଥିଲା। ସେଥିମଧ୍ୟରୁ ମଲ୍ ଏବଂ ସପିଂ କମ୍ପ୍ଲେକ୍ସ ଭିତରେ ଥିବା ଷ୍ଟୋରଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇନାହିଁ। ଏପରିକି ଜିମ୍, ମଲ୍, ଅଡିଟୋରିୟମ୍, ସିନେମା ହଲ୍ ଇତ୍ୟାଦି ମଧ୍ୟ ବନ୍ଦ ରହିବ।

ସେହିପରି ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଇ-କମର୍ସ ସାଇଟଗୁଡିକୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ କରିବାକୁ ଅନୁମତି ଦିଆଯିବ ଏବଂ ମଦ ବିକ୍ରୟ ମଧ୍ୟ ନିଷେଧ ରହିବ।

Comments are closed.