Latest Odisha News

BREAKING NEWS

କୁଡୁମୀ ବିକାଶ ପରିଷଦ ଗଠନ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟ ସରକାର କୁଡୁମୀ ସମ୍ପ୍ରଦାୟର ବିକାଶ ଲାଗି ସହାୟତା ତଥା ସହଯୋଗ ପ୍ରଦାନ କରିବା ପାଇଁ କୁଡୁମୀ ବିକାଶ ପରିଷଦ ଗଠନ ନେଇ ନିଷ୍ପତ୍ତି ନେଇଛନ୍ତି ।

ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ପରିଷଦ କୁଡୁମୀ ସମ୍ପ୍ରଦାୟର ସାମାଜିକ ଓ ଅର୍ଥନୈତିକ ବିକାଶ ଲାଗି ସହଯୋଗ କରିବ । ଏଥି ସହିତ ସେମାନଙ୍କ ସଂସ୍କୃତିର ପୁନଃରୁଦ୍ଧାର କରିବାରେ ମଧ୍ୟ ସହାୟକ ହେବ ।

ଏହି ଜନଜାତି ବିକାଶ ମୂଳକ କାର୍ଯ୍ୟକ୍ରମରେ ଓତଃପ୍ରତଃ ଭାବେ ଜଡିତ ରହିବା ନିତାନ୍ତ ଆବଶ୍ୟକ ଏବଂ ବିକାଶଧାରାରେ ଜଡିତ ରହିଲେ ଏହି ସମ୍ପ୍ରଦାୟର ସାମାଜିକ ତଥା ଆର୍ଥିକ ଅଭିବୃଦ୍ଧି ଘଟିପାରିବ ।

ଅନ୍ୟପକ୍ଷରେ କୁଡୁମୀ ସମ୍ପ୍ରଦାୟର ଲୋକମାନେ ବିଶେଷତଃ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର ଓ ପଡ଼ୋଶୀ ଜିଲ୍ଲାର ବିଭିନ୍ନ ଭାଗରେ ବସବାସ କରିଆସୁଛନ୍ତି ।

Leave A Reply

Your email address will not be published.