Latest Odisha News

BREAKING NEWS

ମୟୁରଭଞ୍ଜରେ ଆଦିବାସୀ ସମ୍ପ୍ରଦାୟର ରୋଳରୋକ

ମୟୁରଭଞ୍ଜ : ‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ଲାଗି ବୁଧବାର ଦିନ ହୋ ସମାଜର ସଦସ୍ୟମାନେ ବିଭିନ୍ନ ରେଳ ଷ୍ଟେସନରେ ରୋଳରୋକ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହା ଫଳରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବାଙ୍ଗିରିପୋଷୀ ଓ ରାଇରଙ୍ଗପୁର ରେଳ ଷ୍ଟେସନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଆନ୍ଦୋଳନକାରୀମାନେ କିଛି ସମୟପାଇ ଟାଟା-ରାଇରଙ୍ଗପୁର ପାସେଞ୍ଜର ଟ୍ରେନ ଅଟକାଇ ରଖିଥିଲେ। ୩ ଦଫା ଦାବି କରିବା ସହ ‘ହୋ’ ଭାଷାରେ ଅଙ୍ଗନବାଡ଼ିରୁ ବିଶ୍ୱବିଦ୍ୟାଳୟ ଯାଏ ଶିକ୍ଷକ ନିଯୁକ୍ତି ଲାଗି ଦାବି କରିଛନ୍ତି।

ସୂଚନାଯୋଗ୍ୟ ଓଡିଶା ଓ ଝାଡଖଣ୍ଡରେ ବସବାସ କରୁଥିବା ପ୍ରାୟ ୧୦ ଲକ୍ଷରୁ ଅଧିକ ଜନଜାତିଙ୍କ ମାତୃଭାଷା ଭାବେ ‘ହୋ’ ଭାଷା ପରିଗଣିତ ।

Leave A Reply

Your email address will not be published.