Latest Odisha News

BREAKING NEWS

ଆଜି ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ, ଯୋଗ ଦେବେ ନବୀନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଞ୍ଜାରା ହିଲ୍‌ସର ହୋଟେଲ୍‌ ତାଜ୍ କ୍ରିଷ୍ଣାରେ ଶିଳ୍ପ ସଂଘ ଫିକି ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ସମ୍ମିଳନୀ। ଏହାସହ ଏଠାରେ ରୋଡ ଶୋ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ଆଜି ସେ ୩୬ଟି କମ୍ପାନୀ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ। ମାଇକ୍ରୋସଫ୍ଟ, ପିଡବ୍ଲୁସି, ଡେଲୋଏଟ୍‌, ଭାରତ ବାୟୋଟେକ୍, ଓରାକଲ୍‌, କିମ୍‌ସ, ଏସ୍‌ଏମ୍ଏସ୍‌ ଫାର୍ମା, ତୋଷାଳି ସିମେଣ୍ଟ୍‌ସ, ମାଇ ହୋମ୍, ମେଘା ଇଞ୍ଜିନିୟରିଂ, ରାମ୍‌କି, କଣ୍ଟ୍ରୋଲ୍‌ ଏସ୍‌, ଆପୋଲୋ ହସ୍ପିଟାଲ୍‌ସ ଆଦି ସଂସ୍ଥାର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୩୦ରୁ ଡିସେମ୍ବର ୪ ମଧ୍ୟରେ ଓଡ଼ିଶାରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବାପାଇଁ ଉକ୍ତ କମ୍ପାନୀଗୁଡିକୁ ଓଡ଼ିଶାକୁ ଆମନ୍ତ୍ରଣ କରାଯିବ।

ରବିବାର ମୁଖ୍ୟ ସଚିବ ସୁରେଶ ମହାପାତ୍ର ୧୩ ଟି ସଂସ୍ଥାର ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ଦୁବାଇ, ମୁମ୍ବାଇ, ଦିଲ୍ଲୀ, ଅହମ୍ମଦାବାଦ ଓ ବେଙ୍ଗାଲୁରୁ ଭଳି ସହରରେ ଏଭଳି ନିବେଶକ ସମ୍ମିଳନୀ ଆୟୋଜିତ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଶିଳ୍ପପତି, ନିବେଶକ ଓ ବ୍ୟବସାୟୀ ମେକ୍ ଇନ୍ ଓଡ଼ିଶା ୨୦୨୨ରେ ଅଂଶଗ୍ରହଣ କରିବା ଲାଗି ପଞ୍ଜୀକରଣ କରିସାରିଛନ୍ତି। ସେପଟେ ହାଇଦ୍ରାବାଦରେ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରୁ ମୁଖ୍ୟମନ୍ତ୍ରୀଙ୍କର ମୁମ୍ବାଇ ଯିବାର କାର୍ଯ୍ୟକ୍ରମ ରହିଛି।

Comments are closed.