Latest Odisha News

BREAKING NEWS

୧୯ ବର୍ଷ ପରେ ବଦଳିବ ବୋଟ୍ ନିୟମ, ଚିଲିକାରେ ଖୁବଶୀଘ୍ର ଚାଲିବ ସୋଲାର ବୋଟ୍

ଭୁବନେଶ୍ୱର: ଚିଲିକାର ଜଳ ରାଶିରେ ଚାଲିବ ସୋଲାର ବୋଟ୍ । ବୋଟ୍ ସେବାକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଚିଲିକାର ନୀଳ ଜଳ ରାଶିରେ ସୋଲାର ବୋଟ୍ ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ କରିବେ ।

ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ, ତୈଳ ଇନ୍ଧନ ପରିଚାଳିତ ମୋଟର ବୋଟ୍ ସ୍ଥାନରେ ସୋଲାର ପାୱାର ବୋଟରେ ଯାତ୍ରୀ ସହ ସାମଗ୍ରୀ ପରିବହନ ହୋଇ ପାରିବ । ଏହାଦ୍ୱାରା ପରିବେଶ ପ୍ରଦୂଷଣ କମିବା ସହ ଜଳରେ ପରିବହନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।

ପ୍ରାଥମିକ ପର୍ଯ୍ୟାୟରେ ପାଇଲଟ୍ ପ୍ରକଳ୍ପ ଭାବେ ସରକାର ସୋଲାର ବୋଟ୍ ସେବା ଚିଲିକାରେ ଆରମ୍ଭ କରିବେ । ଏଥିପାଇଁ ମାସକୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ । ପାଇଲଟ୍ ପ୍ରକଳ୍ପରେ ସଫଳତା ମିଳିଲେ ରାଜ୍ୟର ଅନ୍ୟ ସ୍ଥାନରେ ଏହା କାର୍ଯ୍ୟକ୍ଷମ କରାଯିବ ।

ପ୍ରାୟ ୧୯ ବର୍ଷ ପରେ ରାଜ୍ୟରେ ବୋଟ୍ ନିୟମ ବଦଳିବାକୁ ଯାଉଛି । ଦୁଇ ମାସ ଭିତରେ ସରକାର ନୂଆ ବାଇ ଲ୍ ଆଣିବେ । କେନ୍ଦ୍ରୀୟ ଆଇନକୁ ନଜରରେ ରଖି ରାଜ୍ୟ ସରକାର ନୂଆ ଆଇନ୍ ପ୍ରଣୟନ କରିବେ ବୋଲି କହିଛନ୍ତି ବିଭାଗୀୟ ସଚିବ ଉଷା ପାଢ଼ୀ । ଏନେଇ ସରକାର ବୋଟ୍ ମାଲିକ ସଂଘ ସହ ଆଲୋଚନା କରିବେ ।

ନୂଆ ନିୟମ ଅନୁସାରେ, ସାରା ରାଜ୍ୟରେ ଗୋଟିଏ ପ୍ରକାର ବୋଟ୍ ଚଳାଚଳ କରିବ । ବୋଟର ଡିଜାଇନ୍ ପ୍ରସ୍ତୁତ କରାଯାଇଥିବା ବେଳେ ନୂଆ ଟେକ୍ନୋଲୋଜି ସାମିଲ୍ କରାଯିବ । ଏହି ବୋଟ୍ ଚିଲିକା ହଦ୍ର ସହ ନଦୀ ଏବଂ ସମୁଦ୍ରରେ ଚାଲିବ ।

Leave A Reply

Your email address will not be published.