Latest Odisha News

BREAKING NEWS

‘ମାର୍ଚ୍ଚ ୩୧ ସୁଦ୍ଧା ସବୁ ଧାନ କିଣିବେ ସରକାର’

ଭୁବନେଶ୍ୱର:କୌଣସି ଟୋକନ ଲାପ୍ସ ହେବନି। ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ଧାନ କିଣିବେ ସରକାର। କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବାକୁ ସରକାର ନିର୍ବାଚନ ପ୍ରତିଶୃତି ଦେଇଥିଲେ, ସେହି ହିସାବରେ ସରକାର ଧାନ କିଣୁଛନ୍ତି ସରକା ।

ବର୍ତ୍ତମାନ୍ ସୁଦ୍ଧା ୧୫ ଲକ୍ଷ ଚାଷୀଙ୍କ ଠାରୁ ୬୪ ଲକ୍ଷ ୧୦ ହଜାର ମେଟ୍ରିକ୍ ଟନ୍ ଧାନ କିଣା ଯାଇଛି। ୩୧୦୦ ଟଙ୍କା ହିସାବରେ ୧୮ ହଜାର ୫୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ବିଜେଡି ସରକାର ସମୟରେ ୨୦୨୩-୨୦୨୪ ରେ ୫ ଲକ୍ଷ ଚାଷୀ ପଞ୍ଜୀକୃତ କରି ବି ଧାନ ବିକି ପାରି ନଥିଲେ। ଏବେ ସବୁ ଚାଷୀଙ୍କ ଧାନ କିଣା ଯାଉଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

 

Comments are closed.