Latest Odisha News

BREAKING NEWS

ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତ କରିବେ ସରକାର

ଭୁବନେଶ୍ୱର: ବିଦ୍ୟାଳୟରେ ଆଉ ରହିବ ନାହିଁ ଶିକ୍ଷକ ସମସ୍ୟା । ପ୍ରାଥମିକ ଶିକ୍ଷାରେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ସହ ଦିଆଯିବ ପଦୋନ୍ନତି । ଖୁବଶୀଘ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ (ଯୋଜନା ଭିତ୍ତିକ) ନିୟୋଜନ ଦିଆଯିବ । ଏହା ମାଧ୍ୟମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ତାଲିମପ୍ରାପ୍ତ ଯୁବକ ଓ ଯୁବତୀ ନିୟୋଜିତି ହେବେ । ଏଥିସହ ମାଧ୍ୟମିକ ବିଦ୍ୟାଳୟ ସହ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ମୋଟ ୧୭୯୯ କନିଷ୍ଠ ଶିକ୍ଷା ସହାୟକ ପଦବୀ ପୂରଣ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା ।

ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ୨୦୬୪ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ସର୍ଭିସ୍ ସିଲେକ୍ସନ୍ ବୋର୍ଡ ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଓପିଏସସି ମାଧ୍ୟମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ୩୩୫ ଜଣ ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

Leave A Reply

Your email address will not be published.