Latest Odisha News

BREAKING NEWS

ଦେଶୀ ଗାର୍ଲ ଗୀତରେ ଶାଢ଼ୀ ପିନ୍ଧି ଠୁମକା ଲଗାଇଲେ ବରଯାତ୍ରୀ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ଅନେକ ସମୟରେ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଆମକୁ ଶିକ୍ଷା ଦେଇଥିବା ବେଳେ କିଛି ଭିଡିଓ ଆମ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି  । ଯାହା ଚଳଚ୍ଚିତ୍ର ଦୋସ୍ତାନାରେ ପ୍ରିୟଙ୍କା ଚୋପ୍ରାଙ୍କ ଠୁମ୍‌କାକୁ ପୁଣି ମନେ ପକାଇଛି । ଭାଇରାଲ୍ ହେଉଥିବା ବିବାହ ଭିଡିଓରେ ବରଯାତ୍ରୀମାନେ ସେମାନଙ୍କର ପାରମ୍ପରିକ ପୋଷାକ ଉପରେ ଶାଢ଼ି ପିନ୍ଧିଥିବା ବେଳେ ଚଳଚ୍ଚିତ୍ର ଦୋସ୍ତାନାରେ ପ୍ରିୟଙ୍କା ଚୋପ୍ରାଙ୍କ ‘ଦେଶୀ ଗାର୍ଲ’ ଗୀତର ତାଳେ ତାଳେ ନାଚୁଥିଲେ। ଆଉ ତାଙ୍କ ସହ ଦୁଇଜଣ ମହିଳା ମଧ୍ୟ  ଯୋଗ ଦେଇଥିଲେ । ସେମାନେ ମଧ୍ୟ କୋଟ ପିନ୍ଧି ନୃତ୍ୟ ପରିବେଶଣ କରିଥିଲେ। ଏହି ଦୃଶ୍ୟ ସମସ୍ତଙ୍କ ହୃଦୟ ଜିତିଥିଲା ।

ଶାଢ଼ି ପିନ୍ଧିଥିବା ବରଯାତ୍ରୀମାନେ ସେମାନଙ୍କ ନୃତ୍ୟ ପ୍ରଦର୍ଶନ ପାଇଁ ବେଶ୍‌ ପ୍ରଶଂସା ସାଉଁଟିଥିଲେ। ଏହି ଭିଡ଼ିଓଟି ୨୦ ହଜାରରୁ ଅଧିକ ଦର୍ଶକ ଏବଂ ୬୦୦ ୟୁଜର୍ସ ଲାଇକ୍ କରିଛନ୍ତି । କିଛି ୟୁଜର୍ସ ସେମାନଙ୍କ ଠୁମ୍‌କାକୁ ଭଲ ପାଅ ବୋଲି ମନ୍ତବ୍ୟ ଦେଇଥିବା ବେଳେ ଅନ୍ୟ ୟୁଜର୍ସ ‘ସର୍ବୋତ୍ତମ ଶ୍ରେଷ୍ଠ ପୁରୁଷ ବୋଲି କମେଣ୍ଟ ଦେଇଛନ୍ତି । ଆଉ କିଛି ୟୁଜର୍ସ ଧିନ୍‌ଚାକ ପ୍ରଦର୍ଶନ’ ବୋଲି କହିଛନ୍ତି । ବିବାହ କୋରିଓଗ୍ରାଫର ରେବତୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଲୋକପ୍ରିୟ ନୃତ୍ୟ ଭିଡିଓ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ସୋଶିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.