Latest Odisha News

BREAKING NEWS

ଆଉ ଯିବନି ଜୀବନ, ହାତୀଙ୍କ ବେକରେ ଲାଗିବ ରେଡିଓ କଲାର

ବାରିପଦା: ହାତୀ-ମଣିଷ ଲଢ଼େଇରେ ଲାଗିବ ବ୍ରେକ୍ । ଏଥିପାଇଁ ଓଡ଼ିଶା ସରକାର ବହୁସୂତ୍ରୀ ଯୋଜନା କରିଛନ୍ତି । ହାତୀ ବେକରେ ରେଡିଓ କଲାର ଲାଗିବ । ଏନେଇ ପିସିସିଏଫ୍ ସୁଶୀଲ କୁମାର ପୋପଲି କହିଛନ୍ତି, ’ଗଜବନ୍ଧୁ’ ଯୋଜନାରେ ହାତୀ-ମଣିଷ ଲଢ଼େଇ ରୋକିବାକୁ ରେଡିଓ କଲାର ଲଗାଯିବ ।

BjdElectrycity

ଏନେଇ ବନ ବିଭାଗ ବେଙ୍ଗଳୁରୁର ଏସିଆନ୍ ନେଚର କଞ୍ଜରଭେସନ୍ ଫାଉଣ୍ଡେସନ୍, ଇନଷ୍ଟିଚ୍ଯୁଟ୍ ଅଫ୍ ଫିଜିକ୍ସ ସହ ବୁଝାମଣା ସ୍ୱାକ୍ଷର କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୩ଟି ହାତୀଙ୍କ ବେକରେ ରେଡିଓ କଲାର ଲଗାଇାବାକୁ ନିଷ୍ପତ୍ତି ନିଆଯାଇଛି ।

ଏବେ ତାମିଲନାଡ଼ୁ ଓ କର୍ଣ୍ଣାଟକରେ ରେଡିଓ କଲାର ହାତୀଙ୍କ ଦେହରେ ଲାଗିଛି । ଏହାଦ୍ୱାରା ବନ ବିଭାଗ ହାତୀଙ୍କ ବିଚରଣ ଜାଣି ପାରିବ । ରେଡିଓ କଲାରରୁ ହାତୀଙ୍କ ପ୍ରତି ମୁହୂର୍ତ୍ତର ତଥ୍ୟ ପାଇ ହେବ । ଫଳରେ ହାତୀ ଜନବସତି ମୁହାଁ ହେଲେ ଅଘଟଣକୁ ଏଡ଼ାଇ ପାରିବ ବନ ବିଭାଗ । ଓଡ଼ିଶାରେ ପ୍ରାରମ୍ଭିକ ପରୀକ୍ଷଣ ସଫଳ ହେଲେ ଏହାକୁ ସାରା ରାଜ୍ୟରେ ଲାଗୁ କରାଯିବ ବୋଲି କହିଛନ୍ତି ପିସିସିଏଫ୍ ।

ଏବେ ଗଜବନ୍ଧୁ ଯୋଜନା ଅଧିନରେ ରାଜ୍ୟର ୧୨୦୦ ଗାଁକୁ ସାମିଲ୍ କରାଯାଇଛି । ଚଳିତବର୍ଷ ସୁଦ୍ଧା ୨ ହଜାର ଗାଁକୁ ଏଥିରେ ସାମିଲ୍ କରିବାକୁ ଯୋଜନା କରିଛି ବନ ବିଭାଗ । ଏହି ଯୋଜନାରେ ପ୍ରତି ଗାଁର ୫ ଜଣଙ୍କୁ ସ୍ୱେଚ୍ଛାସେବୀ ଭାବେ ନିଯୁକ୍ତି ଦିଆଯିବ । ଯେଉଁମାନେ କି ବନ ବିଭାଗକୁ ହାତୀଙ୍କ ବିଚରଣ ନେଇ ସୂଚନା ଦେବେ ।

ଏହା ଛଡ଼ା ବନ ବିଭାଗ ଅନୁଗୁଳ ବନ୍ତଳାରେ ସୋଲାର ପାୱାର ଫେନ୍ସ ଲଗାଇବ । ଯାହାଦ୍ୱାରା ବନ ବିଭାଗ ହାତୀ-ମଣିଷ ଲଢ଼େଇ ନେଇ ଆଗୁଆ ସୂଚନା ପାଇ ପାରିବ । ପାଖାପାଖି ୪୩ଟି ଗାଁରେ ସୋଲାର ପାୱାର ଫେନ୍ସିଂ ଲଗାଯିବା ଲକ୍ଷ୍ୟ ରହିଛି । ୟର୍ଲି ୱାର୍ଣ୍ଣିଂ ସିଷ୍ଟମ ଅନ୍ ହେଲେ ସାଇରନ୍‌ ସହ ରେଡ୍‌ ଲାଇଟ୍ ଦେଖାଯିବ ।

Leave A Reply

Your email address will not be published.