Latest Odisha News

BREAKING NEWS

ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବେ ନକଲି ଶିକ୍ଷକ ଶିକ୍ଷା ଦାନ କରୁଥିବା ନେଇ ଗଣ ମାଧ୍ୟମରେ ପ୍ରକାଶ ହୋଇଥିଲା । ଏନେଇ ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣା ପଡିଛି ।

ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ପଦୋନ୍ନତି କମିଟି(ଡିପିସି) ଏବଂ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଏବେ ସମସ୍ତ କନିଷ୍ଠ ଶିକ୍ଷକ ମାନଙ୍କର ଶିକ୍ଷା ସମ୍ପର୍କିତ ସମସ୍ତ ସାର୍ଟିଫିକେଟ ଯାଞ୍ଚ କରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି । ଏହି କାର୍ଯ୍ୟ ସେପ୍ଟେମ୍ବର ୩୦ ସୁଦ୍ଧା ସମାପନ କରି ଏହାର ଚୁଡାନ୍ତ ରିପୋର୍ଟ ଅକ୍ଟୋବର ୧୫ ତାରିଖରେ ଦାଖଲ କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ ଯଦି କୌଣସି ଶିକ୍ଷକ ଏହିପରି ଭାବେ ନକଲି ସାର୍ଟଫିକେଟ ପ୍ରଦାନ କରି ଶିକ୍ଷାଦାନ କରୁଥା’ନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପକାଶ ପାଇଛି । ଏପରିକି ସେମାନଙ୍କୁ ଚାକିରିରୁ ବହିଷ୍କୃତ ମଧ୍ୟ କରାଯାଇପାରେ ।

Leave A Reply

Your email address will not be published.