ଭୁବନେଶ୍ୱର: ବଦଳି କିମ୍ବା ପୋଷ୍ଟିଂ ପାଇଁ ଚାପ ପକାଇଲେ ଆକ୍ସନ ନିଆଯିବ ବୋଲି ଓଡିଶା ସରକାର କର୍ମଚାରୀ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତ ବିଭାଗର ସଚିବମାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ବଦଳି ଏବଂ ପୋଷ୍ଟିଂ ପାଇଁ କୌଣସି ଅଧିକାରୀଙ୍କ ଉପରେ ଅତ୍ୟଧିକ ଚାପ ପକାଇବା ଓଡିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମର ଉଲ୍ଲଂଘନ କରୁଛି। ନିୟମ ଉଲ୍ଲଂଘନ କରିବା ପାଇଁ ପ୍ରୟାସ କରାଗଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଚିଠିରେ ଦର୍ଶାଯାଇଛି ଯେ କୌଣସି ସରକାରୀ କର୍ମଚାରୀ ବଦଳି, ପୋଷ୍ଟିଂ, ପଦୋନ୍ନତି କି ଦରମା ବୃଦ୍ଧି ନେଇ କୌଣସି ଲବି କରିବେ ନାହିଁ କି କାହା ଉପରେ ଚାପ ପକାଇପାରିବେ ନାହିଁ। ଅପରପକ୍ଷରେ ସରକାରୀ ଚାକିରିରେ ସାଧୁତା, ସ୍ବଚ୍ଛତା ଅବଲମ୍ବନ ନ କଲେ ଆକ୍ସନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।
Comments are closed.