Latest Odisha News

BREAKING NEWS

ନୂଆ କଟକଣା: ବାହାଘର ବେଳେ ବରଯାତ୍ରୀ ମନା

ଭୁବନେଶ୍ୱର: କରୋନା ଭିତରେ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ କଟକଣା । ବିବାହ ଉତ୍ସବ ଓ ଶେଷକୃତ୍ୟ ପାଇଁ ନୂଆ କଟକଣା ଜାରି ହୋଇଛି । ବାହାଘର ବେଳେ ବରଯାତ୍ରୀ ଶୋଭାଯାତ୍ରାକୁ ବାରଣ କରାଯାଇଛି । କେବଳ ସେତିକି ନୁହେଁ ବାହାଘର ପାଇଁ ଥାନାରୁ ଅନୁମତି ମଧ୍ୟ ଆଣିବାକୁ ପଡିବ । ସେହିପରି ଶେଷକୃତ୍ୟ ବେଳେ ପାନ, ଗୁଟକା ବ୍ୟାନ୍ କରାଯାଇଛି । ଏନେଇ ସବୁ ଜିଲ୍ଲାରେ କଟକଣା କଡ଼ାକଡ଼ି କରିବାକୁ ଏସଆରସି ଚିଠି ଲେଖି ଜଣାଇଛନ୍ତି ।

ବାହାଘରରେ ଶୋଭାଯାତ୍ରା ପାଇଁ ମିଳିବନି ଅନୁମତି । ବାହାଘର କାର୍ୟ୍ୟକ୍ରମରେ ୫୦ ଅଧିକ ଲୋକ ସାମିଲ ହୋଇ ପାରିବେ ନାହିଁ। ସେହିପରି ମୃତକଙ୍କ ଥାନା ଅଞ୍ଚଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଏ ନେଇ ରାଜ୍ୟ ସରକାର ନୂଆ ଗାଇଡ଼ ଲାଇନ୍‌ ଜାରି କରିଛନ୍ତି। ରାଜ୍ୟ ସରକାର ଜାରି କରିଥିବା ନିୟମ ଉଲଂଘନ କଲେ ଉଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.