Latest Odisha News

[ଦେଖନ୍ତୁ ଭିଡିଓ] ସାଢେ ୪ କୋଟି ଓଡ଼ିଆ ପ୍ରୟାସ କଲେ ସମ୍ଭାବନା ସୃଷ୍ଟି :କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ଦିନିକିଆ ଓଡିଶା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମ୍ବାଦିକ ସମ୍ମିଳନୀ ଆରମ୍ଭରୁ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ତାପରେ ରେଳ ବଜେଟରେ ଓଡ଼ିଶାକୁ ରେକର୍ଡ ଅନୁଦାନ ନେଇ ସମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

୨୦୨୨-୨୩ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ବିଶେଷ ସ୍ଥାନ ରହିଛି । ଆଗରୁ ଓଡ଼ିଶାକୁ ଯେପରି ଅର୍ଥ ଦରକାର ଥିଲା, ତାହା ମିଳି ପାରୁନଥିଲା ମାତ୍ର ଆଜି ଯାହା ଦାବି କରାଯାଉଛି, ତାହାଠୁ ଅଧିକ ମିଳୁଛି ।

ଉଦାହରଣସ୍ୱରୂପ ରେଳ ବିଭାଗକୁ ୨୦୧୪ରୁ ୨୦୧୯ରେ ୯୭୩୪ କୋଟି ଟଙ୍କାର ରେକର୍ଡ ପରିମାଣର ଅନୁଦାନ ଦିଆଯାଇଛି । ଆମ ସମସ୍ତଙ୍କୁ ମିଳିତ ଉଦ୍ୟମ କରିବାକୁ ହେବ ଏହି ଅର୍ଥକୁ ଖର୍ଚ୍ଚ କରିବାକୁ ହେବ। ଜମି ଅଧିଗ୍ରହଣ ଓ ଫରେଷ୍ଟ କ୍ଲିଆରାନ୍ସ ହୋଇପାରିଲେ ଏବଂ ଏହି ଟଙ୍କାକୁ ଆମେ ଖର୍ଚ୍ଚ କଲେ ଆମକୁ ଅଧିକ ଅର୍ଥ ମିଳିବ ବୋଲି କହିଛନ୍ତି  ଅଶ୍ୱିନୀ ବୈଷ୍ଣବ ।।

Comments are closed, but trackbacks and pingbacks are open.