Latest Odisha News

BREAKING NEWS

ରାଜ୍ୟରେ ରହିଛି ୪୫୩୯ ରକ୍ତଚନ୍ଦନ ଗଛ

ଭୁବନେଶ୍ବର: ରାଜ୍ୟରେ ୪୫୩୯ ରକ୍ତଚନ୍ଦନ ଗଛ ରହିଛି । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ତଥ୍ୟ ରଖିଛନ୍ତି ମନ୍ତ୍ରୀ । ୨୫ ମାର୍ଚ୍ଚ, ୨୦୨୫ ସୁଦ୍ଧା, ଓଡ଼ିଶାରେ ମୋଟ ୪,୫୩୯ଟି ଲାଲ ଚନ୍ଦନ ଗଛ ଅଛି, ଯେଉଁଥିରୁ ୨୦୭୧ଟି ପ୍ରାକୃତିକ ଭାବରେ ବଢ଼ିଥିବା ବେେ ୨,୪୬୮ଟି ବନୀକରଣ ପ୍ରୟାସ ମାଧ୍ୟମରେ ରୋପଣ କରାଯାଇଛି ।

ଏଥିସହିତ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ଆସନ୍ତା ଏପ୍ରିଲ ୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଚନ୍ଦନ ମଞ୍ଜ କାଠ ବିଶ୍ବସ୍ତରୀୟ ଇ-ନିଲାମ ଓ ଇ-ଟେଣ୍ଡର ମାଧ୍ୟମରେ ବିକ୍ରି ହେବ । ଓଡ଼ିଶା ସରକାରଙ୍କ ସୁପାରିଶ କ୍ରମେ, ଭାରତ ସରକାରଙ୍କର ବାଣିଜ୍ୟ ଓ ଶିଳ୍ପ ବିଭାଗ ତରଫରୁ ଡିଜିଏଫଟି, ପ୍ରାରମ୍ଭିକ ପର୍ଯ୍ୟାୟରେ ୮୧୦.୧୮୯୪ ମେଟ୍ରିକ ଟନ ଉପରୁ ରପ୍ତାନି କଟକଣାକୁ କୋହଳ କରିଛନ୍ତି ଓ ସେଗୁଡ଼ିକୁ ୨୦୨୫ ସେପ୍ଟେମ୍ବର ୬ ତାରିଖ ମଧ୍ୟରେ ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ, ବନ ଉନ୍ନୟନ ନିଗମ ୮୦୯.୭୮୪୪ ମେଟ୍ରିକ ଟନ ରକ୍ତ ଚନ୍ଦନ ମଞ୍ଜ କାଠ ବିଶ୍ବସ୍ତରୀୟ ଇ-ନିଲାମ ଓ ଇ-ଟେଣ୍ଡର ମାଧ୍ୟମରେ ବିକ୍ରି କରିବାପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଭିତରେ ୩ଟି ପର୍ଯ୍ୟାୟରେ ପ୍ରାୟ ୩୮.୭୦୮୨ ମେଟ୍ରିକ ଟନ ମଞ୍ଜ କାଠକୁ ୧୩,୭୦,୦୭,୨୭୯ ଟଙ୍କା ମୂଲ୍ୟରେ ରକ୍ତଚନ୍ଦନ ବିକ୍ରୟ ହୋଇ ସାରିଛି । ଏହି ସବୁ କାଠଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ହାରାହାରି ୧, ୩୩, ୨୧,୨୧୧ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ।

Leave A Reply

Your email address will not be published.