Latest Odisha News

BREAKING NEWS

ଆନ୍ଦୋଳନରୁ ଓହରିଲା ‘ଓଡ଼ିଶା ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ’

ଭୁବନେଶ୍ୱର: ଦାବି ପୂରଣ ଲାଗି ସରକାରଙ୍କଠାରୁ ଆଶ୍ୱାସନା ପାଇବା ପରେ ଚାରି ଦଫା ଦାବି ନେଇ ଓହ୍ଲାଇଥିବା ‘ଓଡ଼ିଶା ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ’ ଆନ୍ଦୋଳନରୁ ଓହରି ଯାଇଛି ।

ଏସମ୍ପର୍କରେ ମହାସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ଡ଼ଃ ଆର. ପି. ଶର୍ମାଙ୍କୁ ସାକ୍ଷାତ କରି ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଗଣମାଧ୍ୟମକୁ ସୂଚନାଦେଇ ମହାସଂଘର ସଭାପତି ସନ୍ତୋଷ ଶତପଥୀ କହିଛନ୍ତି, “ଆଜି ସନ୍ଧ୍ୟା ସମୟରେ ଆମର ଏହି ୪ ଦଫା ଦାବି ପୂରଣ କରିବାକୁ ରାଜ୍ୟ ସରକାର ଆଶ୍ୱସନା ଦେଇଥିବା କଥା ଡ଼ିଜିପି ଆମକୁ ଜଣାଇବାରୁ ଆମେ ଏହି ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ନିଷ୍ପତ୍ତି ନେଇଛି,” ବୋଲି ସେ କହିଛନ୍ତି ।

ଯେଉଁ ୪ ଦଫା ଦାବି ନେଇ ‘ଓଡ଼ିଶା ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ’ ଏହି ଆନ୍ଦୋଳନକୁ ଓହ୍ଲାଇଥିଲା ସେହି ଦାବି ଗୁଡ଼ିକ ହେଲା – କଣ୍ଟ୍ରକଚୁଆଲ ଉଚ୍ଛେଦ, ଏଲାଉନ୍ସ ଆଲଟମେଣ୍ଟ, ସମସ୍ତ ସରକାରୀ ଓ ବେସରକାରୀ ମେଡ଼ିକାଲରେ ମାଗଣାରେ ଚିକିତ୍ସା ସୁବିଧା ଓ ଡ୍ୟୁଟିରେ ଆହତ ହେବା ସମୟରେ ଛୁଟି କଟାନଯିବାର ଦାବି ।

ଏନେଇ ମହାସଂଘ ସରକାରଙ୍କ ତରଫରୁ କୌଣସି ଲିଖିତ ପ୍ରତିଶୃତି ପାଇଛନ୍ତି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏସମ୍ପର୍କରେ ଆମେ ସରକାରଙ୍କ ଠାରୁ ଆଶ୍ୱାସନା ପାଇଛୁ ଏବଂ ଆଜି ସନ୍ଧ୍ୟାରେ ଏନେଇ ବିଜ୍ଞପ୍ତି ଜାରି ହେବାର ସୂଚନା ପାଇଛୁ, ବୋଲି ସେ କହିଛନ୍ତି ।

ମହାସଂଘ ପକ୍ଷରୁ ଗତକାଲି କଟକଠାରେ ଦାବିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ମହାସଂଘର ସମସ୍ତ ହାବିଲଦାର, ସିପାହୀ ଏବଂ ସମସ୍ତ କନଷ୍ଟେବଳ କର୍ମଚାରୀମାନେ କଳାବ୍ୟାଜ ପିନ୍ଧି ସେମାନଙ୍କ ଉପରିସ୍ଥ ଅଧିକାରୀମାନଙ୍କୁ ଗୁରୁବାର ଦିନ ଅପସାରଣ କରି ବିକ୍ଷୋଭ ସଦୃଶ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.