Latest Odisha News

ସରକାରୀ ହସ୍ପିଟାଲରେ ଦଲାଲଙ୍କୁ ସାବାଡ଼ କରିବାକୁ କଡ଼ାକଡ଼଼ି ହେବ ମନିଟରିଂ

ଭୁବନେଶ୍ୱର: ସାବାଡ଼ ହେବେ ଦଲାଲ୍ । ସରକାରୀ ହସ୍ପିଟାଲରେ କଡ଼ାକଡ଼ି ହେବ ମନିଟରିଂ । ସରକାରୀ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କୁ ଦଲାଲ୍ ମାନେ ବିଭିନ୍ନ ଘରୋଇ ହସ୍ପିଟାଲକୁ ଭଲ ଚିକିତ୍ସା ମିଳିବ କହି ନେଇ ଯାଉଛନ୍ତି । ଏହାକୁ ରୋକିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ମନିଟରିଂ କଡ଼ାକଡ଼ି କରିବାକୁ କହିଛନ୍ତି ।

BjdElectrycity

ସରକାରୀ ଚିକିତ୍ସାଳୟକୁ ଶତାଧିକ ରୋଗୀ ଆସୁଥିବା ବେଳେ ହସ୍ପିଟାଲ୍ ପରିସରରେ ଅନେକ ଦଲାଲ୍ ବୁଲୁଛନ୍ତି । ଏପରିକି ଦଲାଲ୍ ମାନେ ଦୂରରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସାଳୟର ବର୍ହିବିଭାଗରେ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ମାଗୁଛନ୍ତି । ସରକାରୀ ଚିକିତ୍ସାଳୟରେ ଭଲ ଭିତ୍ତିଭୂମି ନଥିବା କହୁଛନ୍ତି ।

ସରକାରୀ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର, ପାରା ମେଡିକାଲ୍ କର୍ମଚାରୀ ଓ ଅନ୍ୟ ଷ୍ଟାଫଙ୍କୁ ଦଲାଲଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ସେଭଳି କିଛି ପାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଏଥିସହ ହସ୍ପିଟାଲ ପ୍ରବେଶ ପଥରେ ମିଳୁଥିବା ଚିକିତ୍ସା ସେବା ସହ ଦିଗ ବିଷୟରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖିବାକୁ କୁହାଯାଇଛି ।

Leave A Reply

Your email address will not be published.