ଭୁବନେଶ୍ଵର: ରାଜ୍ୟକୁ କେନ୍ଦ୍ର ଦେଉଥିବା ଟିକା ଯୋଗାଣର ନିୟମ ବଦଳାଇବା ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ବର୍ତ୍ତମାନର ନିୟମ ଅନୁସାରେ ରାଜ୍ୟ ପାଇଁ ଧାର୍ଯ୍ୟ ହୋଇଥିବା ଟିକାରୁ ରାଜ୍ୟ ସରକାର ସିଧାସଳଖ ୭୫ ପ୍ରତିଶତ ହାରରେ ଟିକା କମ୍ପାନିଠାରୁ କିଣିପାରିବେ। ଏବଂ ୨୫ ପ୍ରତିଶତ ଟିକା ରାଜ୍ୟର ଘରୋଇ ହସପିଟାଲ କିଣିପାରିବେ। କିନ୍ତୁ ରାଜ୍ୟରେ ଲୋକ ଅନୁପାତରେ ସେତିକି ଘରୋଇ ହସପିଟାଲ ନାହିଁ। ଫଳରେ ରାଜ୍ୟକୁ ମିଳିବାକୁ ଥିବା ଟିକା ପୂରା ରାଜ୍ୟକୁ ମିଳିବ ନାହିଁ। ଘରୋଇ ହସପିଟାଲକୁ ୨୫ ପ୍ରତିଶତ ମିଳିବାର ଥିଲେ ମଧ୍ୟ ସେତିକି ଡାକ୍ତରଖାନା ନ ଥିବାରୁ କିଣିପାରିବେ ନାହିଁ। ଫଳରେ ରାଜ୍ୟ ପାଇଁ ଥିବା ଏହି ୨୫ ପ୍ରତିଶତ ଟିକାରୁ ରାଜ୍ୟ ତାର ପ୍ରାପ୍ୟ ହରାଇବ। ତେଣୁ ଏହାକୁ ୭୫:୨୫ ବଦଳରେ ୯୫:୫ ଅନୁପାତକୁ ବଦଳାଇବା ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ପୂର୍ବରୁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମଧ୍ୟ ଏହି ନିୟମର ଅସୁବିଧା ସମ୍ପର୍କରେ କେନ୍ଦ୍ରକୁ ଜଣାଇଥିଲେ।
BREAKING NEWS
- ପାର୍ବଣରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, ଜୋର୍ ଜବରଦସ୍ତି ଚାନ୍ଦା ମାଗି ୩ ଗିରଫ
- ଅଷ୍ଟ୍ରେଲିଆରେ ଠେକୁଆଙ୍କ ଉପଦ୍ରବ: ସୁରକ୍ଷା ପାଇଁ ଓହ୍ଲାଇଲେ ତାଲିମପ୍ରାପ୍ତ କୁକୁର
- NCPI MPs To Join BJP:ବିଜେପିରେ ଯୋଗଦେବେ ୧୭ ଜଣ ବିଦ୍ରୋହୀ ଟିଏମସି ସାଂସଦ !
- ଏସୀୟ ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନ ଦଳ ଆସିବ ଭାରତ
- ଦିଶା ସାଲିଅନ ମୃତ୍ୟୁ ମାମଲା; CBI ଏତଲାରେ ଉଦ୍ଧବ ଓ ଆଦିତ୍ୟ ଠାକ୍ରେ
- ମାନସ ନାୟକଙ୍କୁ ‘ଡ. ବଂଶୀଧର ପଣ୍ଡା ଗୋଲ୍ଡ ମେଡାଲ୍’ ୨୦୨୬ ପ୍ରଦାନ
- ଧାରଣାସ୍ଥଳରେ ଗଣେଶ ପୂଜା; ଆନ୍ଦୋଳନରତ ଯୋଗାଣ ସହାୟକ ବିଘ୍ନବିନାଶକଙ୍କୁ ଗୁହାରି…
- MMDR ପ୍ରସଙ୍ଗ; ଅର୍ଥନୈତିକ ଅବରୋଧ କରିବ ବିଜେଡି, ଲୋକଙ୍କୁ ବିଭ୍ରାନ୍ତି କରୁଛି ବୋଲି କହିଲା ବିଜେପି
- ୟୁକ୍ରେନ ଯୁଦ୍ଧ: ବିଦେଶୀ ସୈନ୍ୟଙ୍କୁ ୧୬ ଲକ୍ଷ ଟଙ୍କାର ଅଫର୍ ଦେଲା ଋଷ
- ଆତ୍ମ ସମର୍ପଣ କଲେ ତରୁଣ ତେଜପାଲ

Comments are closed.