Latest Odisha News

BREAKING NEWS

ଓକିଲ ଆନ୍ଦୋଳନ ପ୍ରସଙ୍ଗ: ଆଜି ହାଇକୋର୍ଟ ବାର୍ ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ: ଆଇନଜୀବୀଙ୍କୁ ଆକ୍ରମଣ ଘଟଣା ନେଇ ଆଜି ହାଇକୋର୍ଟ ବାର୍ ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଗତ ୨ ମାସ ଧରି ଆଇନଜୀବୀମାନେ ଚଳାଇଥିବା ଏହି ଆନ୍ଦୋଳନର ଭବିଷ୍ୟତପନ୍ଥା କ’ଣ ହେବ ସେନେଇ ଆଜିର ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ଦଶହରା ଛୁଟି ପରେ ହାଇକୋର୍ଟ ଖୋଲିଥିଲେ ମଧ୍ୟ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ ପୂର୍ବ ଭଳି ଅଚଳାବସ୍ଥା ଜାରି ରହିଛି । ଆନ୍ଦୋଳନରତ ଓକିଲମାନେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନକରିବା ଯାଏଁ କାର୍ଯ୍ୟବନ୍ଦ ଜାରି ରଖିଛନ୍ତି ।

ଆଇନଜୀବୀଙ୍କ ପକ୍ଷରୁ ଗତ ଅଗଷ୍ଟ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆଉ ୩ ଦିନ ପରେ ୨ମାସ ପୁରିବାକୁ ଯାଉଛି । ହାଇକୋର୍ଟରେ ଆଇନଜୀବୀଙ୍କ କୋର୍ଟ ବର୍ଜନ ଯୋଗୁଁ ହାଇକୋର୍ଟ, କ୍ୟାଟ, ସ୍ୟାଟ, ଡ଼ିଆରଟି, ବିଭିନ୍ନ ଜିଲ୍ଲାର ଜିଲ୍ଲା ଅଦାଲତ ସହିତ ନିମ୍ନ ଅଦାଲତରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।

Leave A Reply

Your email address will not be published.