Latest Odisha News

ବଙ୍ଗୀୟ ଯୁବତୀ ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ କୋଣାର୍କ ବନ୍ଦ ଡାକରା

କୋଣାର୍କ : କୋଣାର୍କରେ ବଙ୍ଗୀୟ ଯୁବତୀ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ଦିନ ଏକ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ବିଜେପି ପକ୍ଷରୁ ଦିଆଯାଇଥିବା ଏହି ୧୨ ଘଣ୍ଟିଆ ବନ୍ଦରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସମେତ କୋଣାର୍କରେ ଗାଡି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ କୋଣାର୍କରୁ ପୁରୀ ଓ ଭୁବନେଶ୍ୱରରୁ କାକଟପୁର ରାସ୍ତା ଅବରୋଧ କରାଯାଇଥିବା ବେଳେ ସହର ମଧ୍ୟକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏହା ଫଳରେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୂଚନା ଅନୁଯାୟୀ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିବା ବେଳେ ଦଳୀୟ କର୍ମୀମାନେ ପିକେଟିଂ କରୁଥିବା ନେଇ ମଧ୍ୟ ଜଣାପଡିଛି ।

ଅଧିକ ପଢନ୍ତୁ:- କୋଣାର୍କରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା: ୨ଜଣ ଅଭିଯୁକ୍ତ ଅଟକ

Leave A Reply

Your email address will not be published.