Latest Odisha News

BREAKING NEWS

ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ, ବନ୍ଦ ହେବନି ୨୦ରୁ କମ୍ ପିଲା ଥିବା ବିଦ୍ୟାଳୟ

କଟକ: ରାଜ୍ୟରେ ବନ୍ଦ ହେବନି ୨୦ରୁ କମ୍ ପିଲା ପଢ଼ୁଥିବା ବିଦ୍ୟାଳୟ । ବିଦ୍ୟାଳୟ ବନ୍ଦ ନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ୨୦୨୦ ମାର୍ଚ୍ଚ ୧୧ରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା ।

ଉକ୍ତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । ଏଥିସହ ଛୋଟ ଛୋଟ ପିଲାଙ୍କୁ ଦୂର ସ୍କୁଲ୍ ପଠାଇବା ବେଆଇନ୍ ବୋଲି କହିଛନ୍ତି ମାନ୍ୟବର ଅଦାଲତ । ଦିଲ୍ଲୀକୁ ମଡେଲ ହିସାବରେ ଗ୍ରହଣ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । କୋର୍ଟ କହିଛନ୍ତି, ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସଜାଡ଼ିବା ସରକାରଙ୍କ ଦାୟିତ୍ୱ ।

Leave A Reply

Your email address will not be published.