Latest Odisha News

BREAKING NEWS

ମେ’ ୧୫ ଯାଏ ବିହାରରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କଲେ ନୀତିଶ

ପାଟଣା: ବିହାରରେ କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲକଡାଉନ୍ ଘୋଷଣା କରିଛନ୍ତି । ମେ’ ୧୫ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ନୀତିଶ ଟ୍ୱିଟ୍ କରି ଲେଖିଛନ୍ତି, ‘ସହଯୋଗୀ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ବିହାରରେ ୧୫ ମେ ଯାଏ ଲକଡାଉନ୍ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି ।’

ଲକଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣକୁ ଚେକ୍ ଦେବା ପାଇଁ ନୀତିଶ ଲଗାତାର ସମୀକ୍ଷା କରୁଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ଆଲୋଚନା କରିଥିଲେ ।

ବିହାରରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ପାର୍ କରି ସାରିଛି । ଏବେ ଯାଏ ରାଜ୍ୟର ୫ ଲକ୍ଷ ୯ ହଜାର ୪୭ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩ ଲକ୍ଷ ୯୮ ହଜାର ୫୫୮ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ୧ ଲକ୍ଷ ୭ ହଜାର ୬୬୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଏବେ ଯାଏ ରାଜ୍ୟରେ କରୋନାରେ ୨୮୨୧ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.