Latest Odisha News

BREAKING NEWS

ସିପାହୀ ଓ କନଷ୍ଟେବଳ ନିଯୁକ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ

କଟକ: ଓଡ଼ିଶା ପୋଲିସର ବିଭିନ୍ନ ବାଟାଲିୟନ୍‌ରେ ସିପାହୀ ଓ କନଷ୍ଟେବଳ ନିଯୁକ୍ତି ଉପରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ । ସିପାହୀ ଓ କନଷ୍ଟେବଳ ପଦ ପାଇଁ ଥିବା ଧାର୍ଯ୍ୟ ସର୍ବାଧିକ ବୟସ ସୀମା ୬ ବର୍ଷ ଅଧିକ ବୃଦ୍ଧି କରିବା ସହ ଏହା କେବଳ ଚଳିତ ଥର ପାଇଁ ଲାଗୁ ହେବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ।

ତେବେ ସବୁ ବର୍ଗର ପ୍ରାର୍ଥୀଙ୍କୁ ଏହି ସୁବିଧା ମିଳିବ । ୨ ସେପ୍ଟେମ୍ବର ୨୦୨୪ରେ ୧୩୬୦ଟି ସିପାହୀ ଓ କନଷ୍ଟେବଳ ପଦବୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା ୬ ବର୍ଷ କୋହଳ କରି ଓଡ଼ିଶା ପୋଲିସ ଷ୍ଟେଟ୍‌ ସିଲେକ୍‌ସନ୍‌ ବୋର୍ଡ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ନିଜ ରାୟରେ କହିଛନ୍ତି ହାଇକୋର୍ଟ ।

୨୦୧୮ ମସିହାରେ ଶେଷ ଥର ପାଇଁ ଏହି ପଦବୀ ପାଇଁ ନିଯୁକ୍ତି ହୋଇଥିଲା । ହେଲେ କୋରୋନା ମାହାମାରୀ କାରଣରୁ ପ୍ରାୟ ୬ ବର୍ଷ ଧରି ନିଯୁକ୍ତି ପାଇଁ ଆଉ ବିଜ୍ଞପ୍ତି ପ୍ରକାଶ ପାଇନଥିଲା । ଯାହାକୁ ନେଇ ଏହି ପୋଷ୍ଟ ପାଇଁ ଆବେଦନ କରିପାରୁନଥିଲେ ଆଶାୟୀ ।.

ଯାହାକୁ ନେଇ ବିଶେଶ୍ୱର ବିଶ୍ୱାଳଙ୍କ ସହ ଅନ୍ୟ ୪୮ ଜଣ ଆଶାୟୀ ଏକାଧିକ ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ପଦବୀ ପାଇଁ ଅପେକ୍ଷା କରିଥିବା ଆଶାୟୀ ଚଳିତ ବର୍ଷ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା ବୃଦ୍ଧି ପାଇଁ ଦାବି କରିଥିଲେ ।

Comments are closed.