Latest Odisha News

BREAKING NEWS

Bali Yatra 2025: ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା, ହାଇକୋର୍ଟ ଦେଲେ ଅନୁମତି

କଟକ: ଆସନ୍ତା ନଭେମ୍ବର ୫ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଏଣିକି ଉପର ପଡିଆରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା। ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ। ଉଭୟ ପଡ଼ିଆରେ ଗାଇଡ଼ଲାଇନ ଭିତ୍ତିରେ ହେବ ବାଲିଯାତ୍ରା। ଓଡିଶା ହାଇକୋର୍ଟ ଏନେଇ ଦେଲେ ଅନୁମତି।

ହାଇକୋର୍ଟରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି ସତ୍ୟପାଠ। ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ। ଉପର ପଡ଼ିଆରେ ବାଲିଯାତ୍ରା ହେବା ନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ। ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। କିଛିଦିନ ତଳେ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆଜି ୯ ତାରିଖ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି।

ସେପଟେ ୨୬ ସେପ୍ଟେମ୍ବରରୁ ୦୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ। ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ। ୧୦୦ ଟଙ୍କା ଦେଇ ଫର୍ମ ନେଇ କରିପାରିବେ ଏହି ଆବେଦନ। cuttack.odisha.gov.in ୱେବସାଇଟରେ ଅଧିକ ବିବରଣୀ ପାଇପାରିବେ। ଖାଦ୍ୟ ପାଇଁ ଅଲଗା ଓ ଅନ୍ୟାନ୍ୟ ପାଇଁ ଅଲଗା ଅଲଗା ଆବେଦନ କରି ପାରିବେ ବ୍ୟକ୍ତି ଓ ଅନୁଷ୍ଠାନ। ଚଳିତ ବର୍ଷ ପ୍ଲଟ ପଞ୍ଜିକରଣ ୫ ହଜାର ଟଙ୍କା ରଖାଯାଇଛି।

ସେହିପରି ବାଲିଯାତ୍ରା ପଡ଼ିଆର ୫ କିଲୋମିଟର ଅବଧିକୁ “ଡ୍ରୋନ୍ ମୁକ୍ତ ଅଞ୍ଚଳ” ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ନଭେମ୍ବର ୧ ତାରିଖ ଠାରୁ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଂଚଳ ଡ୍ରୋନ୍ ମୁକ୍ତ ରହିବ । ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି।

 

Comments are closed.