Latest Odisha News

ସଟଡାଉନ ଯୋଗୁଁ ୮ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ

କଟକ: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ କଟକ ସହରକୁ ଜୁଲାଇ ୮ ତାରିଖ ଯାଏଁ ସଟ୍ ଡାଉନ ଘୋଷଣା କରାଯାଇଛି । ତେବେ ଏହି ଦୃଷ୍ଟିରୁ ଜୁଲାଇ ୮ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବା ନେଇ ହାଇକୋର୍ଟ ରେଜିଷ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ସିଏମସି ପକ୍ଷରୁ ସଟ୍ ଡାଉନ ନେଇ ଜୁଲାଇ ୪ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜୁଲାଇ ୪ ତାରିଖ ସୁଦ୍ଧା କଟକ ଜିଲ୍ଲାରେ ୭୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେବଳ ସିଏମସି ଅଞ୍ଚଳରୁ ୧୧୬ଟି ମାମଲା ଆସିଛି । ୨୨ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ୯୨ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ସିଏମସି ସୂଚନା ଦେଇଛି ।

Leave A Reply

Your email address will not be published.