Latest Odisha News

BREAKING NEWS

[ଭିଡ଼ିଓ] ସବୁଜ ବାଣକୁ ଗ୍ରୀନ୍ ସିଗନାଲ

କଟକ : ଚଳିତ ବର୍ଷ ବାଣ ଫୁଟାଇବା ପାଇଁ ମିଳିଛି ଅନୁମତି । ଆଉ ଏହି ଅନୁମତି ଦେଇଛନ୍ତି ହାଇକୋର୍ଟ । କେବଳ ଗ୍ରୀନ୍ ବାଣ ଫୁଟାଇବା ପାଇଁ ହାଇକୋର୍ଟ ଦେଇଛନ୍ତି ସବୁଜ ସଙ୍କେତ । ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଇଛନ୍ତି କୋର୍ଟ । ନିର୍ଦ୍ଦିଷ୍ଟ କିଛି ସର୍ତ୍ତ ଅନୁସାରେ ବିକ୍ରୀ ହୋଇ ପାରିବ ସବୁଜ ବାଣ ।

ବାଣ ଫୁଟାଇବାକୁ ସମୟସୀମା ରହିଛି । ସଂଧ୍ୟା ୮ ଟା ରୁ ୧୦ ମଧ୍ୟରେ ବାଣ ଫୁଟାଇବା ପାଇଁ ରହିଛି କଟକଣା। ତେବେ କୋର୍ଟ୍ ଦେଇଥିବା ସର୍ତ୍ତ ଅନୁଯାୟୀ ସବୁଜ ବାଣ ବ୍ୟତୀତ ଅନ୍ଯ କୌଣସି ବାଣକୁ ବିକ୍ରି କରାଯାଏ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବ୍ଯବସାୟୀ ।

ଅନ୍ୟପଟେ ହାଇକୋର୍ଟଙ୍କ ଅନୁମତି ଦେବା ପରେ ଆଶ୍ୱସ୍ତି ହୋଇଛନ୍ତି ବାଣ ବ୍ୟବସାୟୀ । ହାଇକୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରିବା ସହ କୋର୍ଟଙ୍କ ସର୍ତ୍ତାବଳୀକୁ ମାନି କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି । ତେବେ ଦୀପାବଳୀକୁ ଆଉ ମାତ୍ର ଦୁଇ ଦିନ ଥିବାରୁ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ରହିଥିଲେ । ରାୟ ଆସିବା ମାତ୍ରେ ସରକାରୀ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀ ମାନେ ନିଜର ବ୍ୟବବସାୟ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.