Latest Odisha News

BREAKING NEWS

ଜେଲରୁ ବାହାରି ପାରିବେନି ପ୍ରଦୀପ ସେଠୀ, ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ଅର୍ଥତତ୍ତ୍ୱ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ନିରାଶ କଲେ ହାଇକୋର୍ଟ । ଜେଲରୁ ବାହାରିବା ପାଇଁ ସେ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଫଳରେ ଏବେ ସେ ଜେଲରୁ ବାହାରି ପାରିବେ ନାହିଁ । ୭ ବର୍ଷ ଜେଲରେ ଥିବାରୁ ମୁକ୍ତି କରିବା ପାଇଁ ହାଇକୋର୍ଟରେ ସେ ଆବେଦନ କରିଥିଲେ ।

ପ୍ରତୀପ ସେଠୀ ନିଜ ପିଟିସନରେ ଦର୍ଶାଇଥିଲେ ଯେ, ଏକାଧିକ ମାମଲା ଯୋଡି ତାଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି । ଗତ ନଭେମ୍ବର ୨୩ ତାରିଖରେ ମାମଲାର ଶୁଣାଣ କରି ରାୟ ସଂରକ୍ଷିତ ରଖିଥିଲେ । ହାଇକୋର୍ଟ କହିଛନ୍ତି, ପ୍ରଦୀପଙ୍କ ବିରୋଧରେ ଗୋଟିଏ ମାମଲାରେ ଦଣ୍ଡ ବିଧାନ ହୋଇଛି । ଆହୁରି ଏକାଧିକ ମାମଲା ରହିଥିବାରୁ ଜେଲରୁ ମୁକ୍ତି ନେଇ କରିଥିବା ପିଟିସନକୁ ଖାରଜ କରିଛନ୍ତି ହାଇକୋର୍ଟ।

Leave A Reply

Your email address will not be published.