Latest Odisha News

BREAKING NEWS

ପୁରୀ ଅଠରନଳା ପୋଲ ଉପରେ ଆଜିଠୁ ଯାତାୟତ ବନ୍ଦ

ପୁରୀ: ଆଜିଠାରୁ ପୁରୀରେ ଐତିହ୍ୟ ବହନ କରୁଥିବା ଅଠର ନଳା ବ୍ରିଜ ଉପରେ ଯାତାୟତ ବନ୍ଦ । ଦୁଇ ଚକିଆ ଓ ଚାରି ଚକିଆ ଯାନ ଚଳାଚଳ ବନ୍ଦ କରାଯାଇଛି । ବ୍ରିଜର ଦୁଇ ପଟରେ ବ୍ୟାରିକେଡ୍ କରିଛି ଜିଲ୍ଲା ପ୍ରଶାସନ । ପୋଲର ସୁରକ୍ଷା ଦୃଷ୍ଟିରୁ ଯାତାୟାତରେ କଟକଣା ଲାଗିଛି । ବହୁ ପୁରାତନ ଅଠର ନଳା ପୋଲ ଧୀରେ ଧୀରେ ଦୁର୍ବଳ ହୋଇଛି ।

ଏହି ପୋଲକୁ ସୁରକ୍ଷିତ ରଖାଯିବ । ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ସହ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ । ଐତିହ୍ୟ ବହନ କରୁଥିବା ୮୫ମିଟର ଲମ୍ବ ବିଶିଷ୍ଟ ପୁରାତନ ଅଠର ନଳା ବ୍ରିଜ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ରହିଛି । ଏହା ଉପରେ ଯାତାୟତ ବନ୍ଦ କରିବା ନେଇ ପୁରୀ ପୌର କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା ।

Leave A Reply

Your email address will not be published.