Latest Odisha News

BREAKING NEWS

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଇଏଏସ ଅଫିସର ପରାଗ ହର୍ଷଦ ଗାଭାଲି

ଭୁବନେଶ୍ୱର: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଇଏଏସ ଅଫିସର। ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲିଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର।

୨୦୧୩ ବ୍ୟାଚ୍ ଅଫିସର ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି। ଡ. ପରାଗ ହର୍ଷଦ ଗାଭାଲିଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଭାରତ ସରକାରଙ୍କ ଉପସଚିବ ପୂଜା ଜୈନ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଚିଠି କରିଛନ୍ତି।

 

Leave A Reply

Your email address will not be published.