Latest Odisha News

BREAKING NEWS

ଓଡ଼ିଶାରେ କରୋନା ସ୍ଥିତି ତୃତୀୟ ଷ୍ଟେଜକୁ ଗତି କରୁଛି: ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ୫୮ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହେବାର ଗୋଟିଏ ଦିନ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୁଖପାତ୍ର ଡ. ଜୟନ୍ତ କୁମାର ପଣ୍ଡା ରବିବାର ଦିନ କହିଛନ୍ତି ଯେ ରାଜ୍ୟରେ ଏହି ମାରାତ୍ମକ ଭାଇରସ ତୃତୀୟ ଷ୍ଟେଜକୁ ଗତି କରୁଛି।

ଡକ୍ଟର ପଣ୍ଡା ଆହୁରି ମଧ୍ୟ କହିଛନ୍ତି, ଅହମ୍ମଦାବାଦ, ସୁରଟ ଏବଂ ମୁମ୍ବାଇ ଭଳି ହଟସ୍ପଟ ଅଞ୍ଚଳରୁ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ କରୁଥିବା ଯୋଗୁଁ ଓଡିଶାରେ କରୋନା ରୋଗୀଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି।

“ଆଗାମୀ ଦିନରେ ହଜାର ହଜାର ପ୍ରବାସୀ ଶ୍ରମିକ ଏହି ଅଞ୍ଚଳରୁ ଆସିବାର କାର୍ଯ୍ୟକ୍ରମ ଥିବାବେଳେ କରୋନା ପଜିଟିଭ ମାମଲା ସଂଖ୍ୟା ବୃଦ୍ଧି ପାଇବ। ଏହାକୁ ଦେଖିଲେ ରାଜ୍ୟ ଧୀରେ ଧୀରେ ତୃତୀୟ ପର୍ଯ୍ୟାୟ ଆଡକୁ ଗତି କରୁଛି” ବୋଲି ସେ କହିଛନ୍ତି।

Comments are closed.