Latest Odisha News

BREAKING NEWS

ନବମ ଏବଂ ଦଶମ ଶ୍ରେଣୀ ପିଲା ପଢ଼ିବେ ନୂଆ ବିଷୟ

କଟକ: ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ଯୋଡ଼ି ହେବ ନୂଆ ବିଷୟ । ଆସ୍ପିରେସନାଲ୍ କମ୍ପୋନେଣ୍ଟ ନାମରେ ନୂଆ ବିଷୟ ପାଠ୍ୟକ୍ରମ ଯୋଡ଼ାଯିବ । ଏନେଇ ପ୍ରେସମିଟରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ନୂଆ ପାଠ୍ୟକ୍ରମ । ଆସନ୍ତା ବର୍ଷଠାରୁ ଉଭୟ ନବମ ଏବଂ ଦଶମରେ ଲାଗୁ ହେବ । ଆସ୍ପିରେସନାଲ୍ କମ୍ପୋନେଣ୍ଟରେ ୪ଟି ବିଭାଗ ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲମ ଆକ୍ଟିଭିଟି, ବେସିକ୍ ଆଇଟି ସ୍କିଲ୍ ରହିବ । ଏଥିପାଇଁ ୧୦୦ ମାର୍କ ରହିବ ।

Leave A Reply

Your email address will not be published.