Latest Odisha News

BREAKING NEWS

ଓଡ଼ିଶା ଜନତା କଂଗ୍ରେସର ମହାମିଶ୍ରଣ;ମୋକିମ୍ କହିଲେ-ବିରୋଧୀ ଦଳ ଭାବେ ସାମ୍ନାକୁ ଆସିବ

ଯାଜପୁର:ଯାଜପୁର ଜିଲ୍ଲା ଧର୍ମଶାଳା ଭବନ ପରିସରରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ । ନୂଆ କରି ଓଡ଼ିଶା ଜନତା କଂଗ୍ରେସ ନୂଆ ଦଳ ଗଢିଥିବା ମହମ୍ମଦ ମୋକିମ୍‌ଙ୍କ ଏହି ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହୋଇଥିଲେ । ନେତା କର୍ମୀଙ୍କୁ ଦଳରେ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ମହମ୍ମଦ ମୋକିମ୍ ।

ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭାବେ ସାମ୍ନାକୁ ଆସିବ ବୋଲି ସଭାପତି ମହମ୍ମଦ ମୋକିମ୍ କହିଛନ୍ତି । ଆହୁରି କହିଛନ୍ତି, ଧିରେ ଧିରେ କଂଗ୍ରେସ ରାଜ୍ୟରୁ ଲୋପ ପାଇଗଲାଣି ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସ ସାଧାରଣ ଲୋକଙ୍କ ହକ୍ ପାଇଁ ଲଢେଇ କରିବ ।

ଖୁବ ଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏକ ବଡ଼ ସମାବେଶର ଆୟୋଜନ କରାଯିବା ନେଇ ମୋକିମ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.