ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଉଭୟ ଅନଲାଇନ ଓ ଅଫଲାଇନର ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି ।
ରାଜ୍ୟ ସଚିବାଳୟରେ ଆଜି ଦିନ ୧୨ଟା ବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏବଂ ବିଭାଗୀୟ କମିଶନର-ତଥା-ସେକ୍ରେଟାରୀ ସଞ୍ଜୟ କୁମାର ସିଂହ ପରୀକ୍ଷା ଫଳାଫଳ ଘୋଷଣା କରିଛନ୍ତି ।
ପରୀକ୍ଷାର୍ଥୀମାନେ www.Ojee.nic.in ଓ www.odishajee.com ୱେବସାଇଟ ରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ।
ଓଜେଇଇ ପକ୍ଷରୁ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି ।
ଜାଣନ୍ତୁ ଚଳିତ ଓଜେଇଇ ପରୀକ୍ଷାରେ କେଉଁ ବିଷୟରେ କିଏ ଟପ୍ପର ହୋଇଛନ୍ତି ।
ପ୍ରଦୀପ କୁମାର କମ୍ପ- ଏମବିଏ
ସ୍ମିତାରାଣୀ ଚୌଧୁରୀ- ଏମସିଏ
ପ୍ରଦୀପ କୁମାର ବାରିକ- ଏମଟେକ୍
ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ- ଏମ.ଫାର୍ମା
ସମୀର କୁମାର ପାଢୀ- ବି.ଫାର୍ମା
ଅମିତ କୋଟାଲ- ଲାଟେରାରୀ ଏଣ୍ଟ୍ରି ଫାର୍ମାସୀ
ଭବାନୀ ଶଙ୍କର ବେହେରା- ଲାଟେରାରୀ ଏଣ୍ଟ୍ରି ବିଏସସି
ସ୍ୱୀକୃତି ମହାପାତ୍ର- ଇଣ୍ଟିଗ୍ରେଟେଡ୍ ଏମବିଏ
ସୁମନ୍ତ ପାତ୍ର- ଲାଟେରାରୀ ଏଣ୍ଟ୍ରି ଏମସିଏ
Comments are closed.