Latest Odisha News

BREAKING NEWS

ଶୁକ୍ରବାର ପ୍ରକାଶ ପାଇବ ଓଡ଼ିଶା ଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଓଜେଇଇର ଅଫିସିଆଲ ଓ୍ୱେବସାଇଟକୁ ଯାଇ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଜାଣିପାରିବେ।

ଓଜେଇଇ ପରୀକ୍ଷା ମେ ୮ରୁ ୧୫ ତାରିଖ ଯାଏ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ସମେତ ୩୩ଟି ଭିନ୍ନ ଭିନ୍ନ ସ୍ଥାନରେ ୪୭ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ବି ଫାର୍ମ ଭଳି ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାର ସୁବିଧା ପାଇଁ ଏହି ପରୀକ୍ଷା ଉଦ୍ଦିଷ୍ଚ। ଏମବିଏ, ଏମଏସସି କମ୍ପ୍ୟୁଟର ସାଇନ୍ସ,, ଏମଟେକ, ଏମ ଫାର୍ମ ଭଳି ରାଜ୍ୟର ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ବିଟେକ ଓ ବି ଫାର୍ମର ପାଠ୍ୟକ୍ରମର ଲାଟେରାଲ ଏଣ୍ଟ୍ରି ପାଇଁ ଏହି ପରୀକ୍ଷା ଉଦ୍ଦିଷ୍ଟ ଥିଲା।

ଓଜେଇଇ ପ୍ରବେଶିକା ପରୀକ୍ଷାରେ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଆଶାୟୀ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ପ୍ରକାଶକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଯାହା ସେମାନଙ୍କ ଶିକ୍ଷାଗତ ଭବିଷ୍ୟତ ଏବଂ ସମ୍ଭାବ୍ୟ ନାମଲେଖା ସୁଯୋଗ ନିର୍ଦ୍ଧାରଣ କରିବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

Comments are closed.