Latest Odisha News

BREAKING NEWS

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅର ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଞ୍ଚଲ୍ୟ । ପାତ୍ରପଡ଼ାର ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ପୋଲିସ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ମୃତକ ଜଣକ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନିଷ ଅନୁରାଗ ବୋଲି ସୂଚନା ମିଳିଛି । ତାଙ୍କର ବୟସ ମାତ୍ର ୩୦ ବର୍ଷ ।

ତେବେ ଗତକାଲି ରାତିରେ ପୁଅ ମନିଷ ଅନୁରାଗଙ୍କୁ ତାଙ୍କ ଶ୍ରୀବିହାର ସ୍ଥିତ ବାସଭବନରୁ କିଛି ଯୁବକ ନେଇଆସି ମାରପିଟ କରିଥିବା ମନିଷ ଫୋନ କରି ସୂଚନା ଦେଇଥିଲେ । ପୁଅ ମଧ୍ୟ ନିର୍ଭୟ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ । ଆସନ୍ତା ମାସରେ ତାଙ୍କର ବାହାଘର ହେବା ନେଇ ସ୍ଥିର ହୋଇଥିଲା ।

ପାତ୍ରପଡ଼ା ମା ନମନକଣି ପୋଖରେରେ ଏହି ମୃତଦେହଟି ଭାସୁଛି । ସ୍ଥାନୀୟ ଗ୍ରାମବାସୀ ପ୍ରଥମେ ମୃତଦେହଟିକୁ ଭାସୁଥିବାର ଦେଖିଥିଲେ । ପରେ ଏନେଇ ତମାଣ୍ଡୋ ପୋଲିସ୍‌କୁ ସୂଚନା ଦିଆଯାଇଥିଲା । ଯୁବକଙ୍କୁ କେହି ହତ୍ୟା କରି ପୋଖରୀରେ ପକାଇ ଦେଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି ।

Leave A Reply

Your email address will not be published.