ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ସ୍ୱର୍ଗତଃ ଅସୀମ ବସୁଙ୍କୁ ପ୍ରଦାନ କରାଯିବ ‘ଧର୍ମପଦ ପୁରସ୍କାର’
ଭୁବନେଶ୍ୱର: ବର୍ଷ ୨୦୧୦ ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ମଞ୍ଚ ନିର୍ଦ୍ଦେଶକ ସ୍ୱର୍ଗତଃ ଅସୀମ ବସୁଙ୍କୁ ପ୍ରଦାନ କରାଯିବ ‘ଧର୍ମପଦ ପୁରସ୍କାର’ । ଓଡ଼ିଶା ଚାରୁକଳା କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନା ଓ ଅବଦାନ ପାଇଁ ତାଙ୍କୁ ଏକାଡେମୀର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ ।
ଆସନ୍ତାକାଲି ଏହାକୁ ଗ୍ରହଣ କରିବେ ଅସୀମ ବସୁଙ୍କ ପତ୍ନୀ ଗୀତା ବସୁ । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ପୁରସ୍କାର ପ୍ରଦାନ କରିବେ ।
ଚଳିତବର୍ଷ କରୋନା କଟକଣା ଯୋଗୁ ଅସୀମ ବସୁଙ୍କ ଭୁବନେଶ୍ୱର ବାସଭବନରେ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ସହ ତାମଫଳକ ଓ ଉପଢୌକନ ପ୍ରଦାନ କରାଯିବ ।
Comments are closed.