Latest Odisha News

Database Management System 3.0: ଠିକାଦାର ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ 3.0ର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟରେ ପୂର୍ତ୍ତ ବିଭାଗରେ କାମ କରୁଥିବା ଠିକାଦାରମାନଙ୍କ ପାଇଁ ନୂଆ ବ୍ୟବସ୍ଥା। ଠିକାଦାର ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ, ସରଳ ଓ କାର୍ଯ୍ୟକ୍ଷମ କରିବାକୁ ଠିକାଦାର ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ 3.0ର ଶୁଭାରମ୍ଭ ହୋଇଛି।

ପୂର୍ତ୍ତ ବିଭାଗ ବ୍ୟତୀତ ଜଳ ସମ୍ପଦ, ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ବିଭାଗ ଏହି ବ୍ୟବସ୍ଥା ଆପଣାଇବେ। ୨୦୧୮ ମସିହାରେ ମାନୁଆଲ ପରିଚାଳନା ବ୍ୟବସ୍ଥା ଦୂର କରି ଇ-ଗଭର୍ଣ୍ଣାନ୍ସର ଅଂଶ ବିଶେଷ ଭାବରେ ସିଡିଏମଏସ ଆପ୍ଲିକେସନ ଆରମ୍ଭ ହୋଇଥିଲା। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ କିଛି ଅପଡେଟ ସହିତ ନୂଆ ବ୍ୟବସ୍ଥାରେ ଠିକାଦାରଙ୍କ ବାବଦରେ ସୂଚନା, ଲାଇସେନ୍ସ, କାର୍ଯ୍ଯଦକ୍ଷତା ସଂରକ୍ଷିତ ରହିବ।

ସିଡିଏମଏସ 3.0 ଏଆଇଏମଏଲ ଏବଂ ଡାଟା ଆନାଲିଟିକ୍ସ ଭଳି ପ୍ରଯୁକ୍ତି ଯୋଡି ହେବ। ଗୋଟିଏ ପ୍ୟାନ-ଗୋଟିଏ ଲାଇସେନ୍ସ ପ୍ରଣାଳୀ ଦ୍ୱାରା ଦୁର୍ନୀତି ହ୍ରାସ ଓ କାମର ଗୁଣବତ୍ତା ଉପରେ ନଜର ରଖାଯିବ। ଏହି ନୂଆ ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Comments are closed.