Latest Odisha News

BREAKING NEWS

ଛାତ୍ରଛାତ୍ରୀଙ୍କ ପାଇଁ ଲଞ୍ଚ ହେଲା ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ପୋର୍ଟାଲ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ପ୍ରଥମ ଶ୍ରେଣୀରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ପୋର୍ଟାଲ ଲଞ୍ଚ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ରାଜ୍ୟରେ ଅନଲାଇନ୍ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଦ୍ୱାରା ଏହି ଦୁଇଟି ପୋର୍ଟାଲ ବିକଶିତ କରାଯାଇଛି।

ମହାମାରୀ ଜନିତ ଲକଡାଉନ ସମୟରେ ଛାତ୍ରଛାତ୍ରୀମାନେ କ’ଣ ସବୁ ଶିଖିଛନ୍ତି, ସେନେଇ ଆକଳନ କରିବାରେ ଏହି ପୋର୍ଟାଲଗୁଡ଼ିକ ସହାୟକ ହେବ ବୋଲି ସେ କହିଛନ୍ତି।

ସରକାର ୪୦ ପ୍ରତିଶତ ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ନିକଟରେ ଅନଲାଇନ୍ କ୍ଲାସ୍ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି ଏବଂ ଆଗାମୀ ଭବିଷ୍ୟତରେ ଅଧିକ ବୃଦ୍ଧି କରିବାକୁ ଉଦ୍ୟମ ଜାରି ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.