ଭୁବନେଶ୍ୱର: ସ୍ଥାନୀୟ କିଟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନାଗାଲାଣ୍ଡ ବିପକ୍ଷରେ ଓଡିଶା ୧୩୦ ରନର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୭୫ ରନ କରି ଅଲଆଉଟ ହୋଇଥିଲା । ଅନୀଲ ପରିଡା ଶତକ(୧୧୮) ହାସଲ କରିଥିବା ବେଳେ ଗୋବିନ୍ଦ ପୋଦ୍ଦାର ୯୨ ରନ କରି ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ରୋନିତ ମୋରେ, ଇମିଲୱାଟିଂ ଲେମଟୁର ଓ ରୋଙ୍ଗସେନ ଜୋନାଥନ ୩ଟି ଲେଖାଏଁ ୱିକେଟ ନେଇଥିଲେ ।
ଜବାବରେ ନାଗାଲାଣ୍ଡ ୧୬୧ ରନ କରି ଅଲଆଉଟ ହୋଇ ଯାଇଥିଲା । ଡେଗା ନିଶ୍ଚଲ ସର୍ବାଧିକ ୭୨ ରନ କରିଥିଲେ । ଓଡିଶାର ରାଜେଶ ମହାନ୍ତି, ସମ୍ବିତ ବରାଳ ଓ ଗୋବିନ୍ଦ ପୋଦ୍ଦାର ୩ଟି ଲେଖାଏଁ ଏବଂ ତାପସ ଦାସ ଗୋଟିଏ ୱିକେଟ ନେଇଥିଲେ । ଓଡିଶା ପ୍ରଥମ ଇନିଂସରେ ୧୧୪ ରନର ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶା ଦ୍ୱିିତୀୟ ଇନିଂସରେ ୨ ୱିକେଟ ହରାଇ ୧୬ ରନ କରିଛି । ସ୍ୱସ୍ତିକ ସାମଲ ୯ ରନ କରି ଅପରାଜିତ ଅଛନ୍ତି । ଗୌରବ ଚୌଧୁରୀ ୭ ଓ ସାୱନ ପାହରିୟା ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଯାଇଛନ୍ତି । ଓଡିଶା ଓଭରାଲ ୧୩୦ ରନରେ ଅଗ୍ରଣୀ ରହିଛି ।
Comments are closed.