ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜରେ ପ୍ରାୟ ୪ ହଜାର ଅଧ୍ୟାପକ କଳାବ୍ୟାଜ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ଗ୍ରେଡ୍ ପେ’ ୪,୬୦୦ ଟଙ୍କାରୁ ୫,୪୦୦ ଟଙ୍କାକୁ ବୃଦ୍ଧି କରିବା, ଏହି ବୃଦ୍ଧିକୁ ଓଡ଼ିଶା ସରକାର ୨୦୧୬ରୁ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ କରିବା ପାଇଁ ସେମାନେ ଦାବି କରିଛନ୍ତି।
ସେମାନଙ୍କ ଗ୍ରେଡ୍ ପେ’ ବୃଦ୍ଧି ପାଇଁ ବହୁବାର ସରକାରଙ୍କ ନିକଟରେ ଦାବି କରିଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଉ ନଥିବା ଅଧ୍ୟାପକମାନେ କହିଛନ୍ତି। ତେଣୁ ସେମାନେ ଗୁରୁ ଦିବସକୁ “କଳା ଦିବସ” ଭାବେ ପାଳନ କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି।
ସେପଟେ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ଅଧିନରେ ଥିବା କିଛି ଶିକ୍ଷକ ମଧ୍ୟ ଭୁବନେଶ୍ୱରର ଲୋୟର ପିଏମଜି ଛକରେ କଳାବ୍ୟାଜ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନିୟମିତ କରିବା, ସପ୍ତମ ବେତନ କମିସନ ସୁପାରିସକୁ କାର୍ଯ୍ୟକାରୀ କରିବା ଆଦି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ।
Comments are closed.