Latest Odisha News

ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଜିତିଲେ ୱେଟଲିଫ୍ଟର ସ୍ୱୟମଜିତ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ୱେଟଲିଫ୍ଟର ସ୍ୱୟମଜିତ ପ୍ରସାଦ ସାହୁ କ୍ୟାରିୟରର ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫିଜିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ ଚାମ୍ପିୟନଶିପରେ ସେ ଏହି ସଫଳତର ହାସଲ କରିଛନ୍ତି । ଢ଼େଙ୍କାନାଳର ୧୭ ବର୍ଷୀୟ ସ୍ୱୟମଜିତ ୬୭ କିଗ୍ରା ୟୁଥ କାଟାଗୋରୀରେ ମୋଟ ୨୪୭ କିଗ୍ରା ଭାର ଉଠାଇ ସ୍ୱର୍ଣ୍ଣ ଜିତିଥିଲେ । ସେ ସ୍ନାଚରେ ୧୦୯ ଏବଂ କ୍ଲିନ ଆଣ୍ଡ ଜର୍କରେ ୧୩୮ କେଜି ଭାର ଉଠାଇଥିଲେ । ଓଡିଶା-ଟେନଭିକ ୱେଟଲିଫ୍ଟିଂ ହାଇ ପର୍ଫମାନ୍ସ ସେଂଟରରେ ସେ ବିଦେଶୀ କୋଚଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି । ଏହା ପୂର୍ବରୁ ୨୦୨୪ରେ ଇଟାନଗରରେ ଅନୁଷ୍ଠିତ ଜାତୀୟ ୱେଟଲିଫ୍ଟିଂ ଚାମ୍ପିୟନଶିପରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

କୋଚ ଗୋପାଳକୃଷ୍ଣ ଦାସ ପ୍ରଥମେ ତାଙ୍କ ଦକ୍ଷତାକୁ ଚିହ୍ନଟ କରିଥିଲେ । ସ୍ୱୟମଜିିତଙ୍କ ବାପା ଜଣେ ଝୋଟ ଶ୍ରମିକ । ୬ ମାସ ପରେ ଗୋପାଳକୃଷ୍ଣ ତାଙ୍କ ବାପାଙ୍କୁ ବୁଝାଇବାକୁ ସଫଳ ହୋଇଥିଲେ । ଏହା ପରେ ସ୍ୱୟମଜିତ ଢ଼େଙ୍କାନଳ ଇନଡୋର ଷ୍ଟାଡିୟମରେ ପ୍ରଥମେ ଅଭ୍ୟାସ ଆରମ୍ଭ କରିଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି । ବାଳିକା ୫୫ କିଗ୍ରା ୟୁଥ ବିଭାଗରେ ମୀନା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Leave A Reply

Your email address will not be published.