ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଦୁଇ ଦିନ ଯାଏଁ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟରେ ସାମାନ୍ୟ ବର୍ଷା ସମ୍ଭାବନା ରହିଛି । ଏପରିକି ଜୁଲାଇ ୧୭ ତାରିଖ ବେଳକୁ ଦକ୍ଷିଣ ଆଭ୍ୟନ୍ତରିଣ ଓଡିଶା ଓ ଜୁଲାଇ ୧୮ ବେଳକୁ ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ଆଶଙ୍କା ରହିଛି ।
ଆହୁରି ମଧ୍ୟ ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ପାଗ ସାମାନ୍ୟ ମେଘୁଆ ରହିପାରେ । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୪୯.୦ ମିଲିମିଟର ବର୍ଷା ହୋଇଥିଲା । ସେହିପରି ବାଲେଶ୍ୱରର ଜୟପୁରରେ(୪୬), କନ୍ଧମାଳର ବାଲିଗୁଡାରେ (୪୧), କଟକ (୨.୦), ଏବଂ ଭୁବନେଶ୍ୱରରେ (୦.୭) ମିମି.ର ବର୍ଷା ହୋଇଥିଲା।
Comments are closed.