Latest Odisha News

BREAKING NEWS

୮୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କଲେ ବର୍ଷୀୟାନ ସାହିତ୍ୟିକ ଅଭିନ୍ନ ଚନ୍ଦ୍ର ସାହୁ

ଭୁବନେଶ୍ବର: ପରଲୋକରେ ବର୍ଷୀୟାନ ସାହିତ୍ୟିକ ଅଭିନ୍ନ ଚନ୍ଦ୍ର ସାହୁ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅଭିନ୍ନ ଚନ୍ଦ୍ର । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।ସେ ଜଣେ ସୁଯୋଗ୍ୟ ଶିକ୍ଷାବିତ୍, କବି ତଥା ସାହିତ୍ୟ ସମାଲୋଚକ ଥିଲେ ।

ତାଙ୍କ ଦ୍ବାରା ସମ୍ପାଦିତ ‘ଆଧୁନିକ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା’ ବିଶେଷ ପାଠକାଦୃତି ଲାଭ କରିଥିଲା । ତାଙ୍କର ଅନେକ କୃତି ପସ୍ତକାକାରରେ ପ୍ରକାଶ ପାଇଛି । ଶାନ୍ତିନିକେତନ ସ୍ଥିତ ‘ବିଶ୍ଵଭାରତୀ’ର ଜଣେ ପ୍ରାକ୍ତନ ଛାତ୍ର ଥିବା ସ୍ବର୍ଗତ ସାହୁ ଓଡ଼ିଆ ବିଭାଗର ଜଣେ ଆଦର୍ଶ ଅଧ୍ୟାପକ ଭାବରେ ସୁନାମ ଅର୍ଜନ କରିଥିଲେ ଏବଂ ଭୁବନେଶ୍ବରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଅଧ୍ୟାପକ ପଦରେ ଥାଇ ଅବସର ଗ୍ରହଣ କରିଥିଲେ‌ ।

ତାଙ୍କ ବିୟୋଗ ଓଡ଼ିଆ ସାହିତ୍ୟ ତଥା ଅଧ୍ୟାପନା କ୍ଷେତ୍ରରେ ପ୍ରକୃତରେ ଏକ ଶୂନ୍ୟତା ସୃଷ୍ଟି କରିଛି । ସାହିତ୍ୟିକ ଅଭିନ୍ନ ଚନ୍ଦ୍ର ସାହୁ ଙ୍କ ବିୟୋଗକୁ ନେଇ ଅନେତ ସାହିତ୍ୟିକ ଓ କବି ଲେଖକ ଶୋକ ବ୍ୟକ୍ତ କରିଚନ୍ତି ।

Leave A Reply

Your email address will not be published.