ଭୁବନେଶ୍ୱର: ସଂସଦରେ ବିଧାନ ପରିଷଦ ସଙ୍କଳ୍ପ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ପ୍ରସ୍ତାବକୁ କେନ୍ଦ୍ର ନିକଟକୁ ପଠାଯାଇଥିଲା ।ରାଜ୍ୟସଭା ଓ ଲୋକସଭା ସଚ୍ଚିବଙ୍କୁ ନିକଟକୁ ପଠାଯାଇଥିଲା । ଓଡିଶାରେ ବିଧାନ ପରିଷଦ ଗଠନ ସମ୍ପର୍କରେ ୨୦୧୫ ରୁ ଚେଷ୍ଟା ହୋଇଛି ।
ଏନେଇ ବିଧାୟକ ନୃସିିହ ସାହୁଙ୍କ ଅଧ୍ୟକ୍ଷତାରେ ୨୦୧୫ ଜାନୁଆରୀ ୧୯ ତାରିଖରେ ଗଠିତ କମିଟିର ପ୍ରଥମ ବୈଠକ ବସିଥିଲା ବିଭିନ୍ନ ରାଜ୍ୟ ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବା ପରେ ସେପ୍ଟମ୍ବେର ୬ ତାରିଖ ୨୦୧୮ରେ ଏହି ସଙ୍କଳ୍ପ ବିଧାନସଭାରେ ପାରିତ ହୋଇଥିଲା ।ହେଲେ ଏବେ କେନ୍ଦ୍ର ମନ୍ତ୍ରୀଙ୍କ ତଥ୍ୟ ସମସ୍ତଙ୍କୁ ଚକ୍କିତ ଏବଂ ଆଶ୍ଚର୍ଯ୍ୟ କରିଛି ।
ବିଧାନ ପରିଷଦ ତଥ୍ୟ କେନ୍ଦ୍ର ପାଇନଥିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି ୨୦୧୮ ତାରିଖ ସେପ୍ଟମ୍ବେର ମାସରୁ ରାଜ୍ୟ ସରକାର ସକଳ୍ପ ପଠାଇ ସାରିଛନ୍ତି । ପୂର୍ବରୁ ମଧ୍ୟ ସାଂସଦରେ ଏହି ପ୍ରସଙ୍ଗ ଉଠାଯାଇଛି । ସେତେବେଳେ କେନ୍ଦ୍ର ଏହି ପ୍ରସଙ୍ଗରେ ଚୁପ୍ ରହିଥିଲା । ହେଲେ କେନ୍ଦ୍ର ମନ୍ତ୍ରୀ ରିଜିଜୁ ଏବେ ମନା କରିବା ଆଶ୍ଚର୍ଯ୍ୟ ଲାଗୁଛି ବୋଲି ମୁନା ଖାଁ କହିଛନ୍ତି ।
Comments are closed.