Latest Odisha News

ନିଷ୍ଠୁର କରୋନା ନେଇଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର: ନିଷ୍ଠୁର କରୋନା ନେଇଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। କରୋନା ଦ୍ବିତୀୟ ଲହର ଆରମ୍ଭ ହେବା ଦିନଠୁ ନେଇ ଏପର୍ଯ୍ୟନ୍ତ ଅନେକ ସାମ୍ବାଦିକ କରୋନାରେ ପ୍ରାଣ ହରାଇଲେଣି।

ତେବେ କରୋନାରେ ଜଣେ ୪୦ ବର୍ଷୀୟ ସାମ୍ବାଦିକ କୃଷ୍ଣ ପ୍ରସାଦଙ୍କ ଦେହାନ୍ତ ହୋଇଛି। ଭାଇଜାଗ୍‌ର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସେ ଗଜପତି ଜିଲ୍ଲାର ଗୋସାନି ଗ୍ରାମର ବାସିନ୍ଦା। ସେ ଏକ ତେଲୁଗୁ ଦୈନିକ ଖବରକାଗଜ ‘ଇନାଡୁ’ରେ ସାମ୍ବାଦିକ ଭାବେ କାମ କରୁଥିଲେ।

Comments are closed.