Latest Odisha News

BREAKING NEWS

ଓଡ଼ିଶାର ୮ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡିଶାର ୮ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ନେଇ ଶନିବାର ଦିନ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି- କଟକ (କଟକ ସିଟି), ଖୋର୍ଦ୍ଧା (ଭୁବନେଶ୍ୱର), ନୟାଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଓ ବୌଦ୍ଧ ଆଦି ଜିଲ୍ଲା।

ଏହି ସବୁ ଜିଲ୍ଲାରେ ଦିନ ୨ଟାରୁ ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ତେବେ ଏହି ସମୟରେ ପବନର ବେଗ ୩୦-୪୦ ମଧ୍ୟରେ ରହିବା ନେଇ ଆକଳନ କରାଯାଇଛି।

ତେବେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.